ୟାହୁ କର୍ମଚାରୀଙ୍କ ଉପରେ ଛଟେଇ ଚଡ଼କ, ୧ ହଜାରରୁ ଅଧିକଙ୍କୁ ଛଟେଇ
10/02/2023 at 10:47 AM

ନୂଆଦିଲ୍ଲୀ, ୧୦/୦୨: ଟେକ୍ କମ୍ପାନୀରେ ଛଟେଇ ଜାରି ରହିଛି। ପ୍ରତିଦିନ କୌଣସି ନା’ କୌଣସି ବଡ଼ କମ୍ପାନୀ ଖର୍ଚ୍ଚ କମ୍ କରିବାକୁ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଏବେ ଏହିକ୍ରମରେ ୟାହୁ ମଧ୍ୟ ଯୋଡ଼ି ହୋଇଛି। କମ୍ପାନୀ ଏହାର ସମୁଦାୟ କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଛି।
ସୂଚନାଯୋଗ୍ୟ, ଗୁରୁବାର ୟାହୁରେ କାମ କରୁଥିବା କର୍ମଚାରୀଙ୍କୁ ଏନେଇ ସୂଚନା ଦିଆଯାଇଛି। କମ୍ପାନୀ ୧୨ ପ୍ରତିଶତ (ଏକ ହଜାର କର୍ମଚାରୀ)କୁ ଆଜି ଛଟେଇ କରିବ। ଖାଲି ସେତିକି ନୁହେଁ ଆସନ୍ତା ୬ ମାସରେ କମ୍ପାନୀ ବାକି ୮ ପ୍ରତିଶତ ଅର୍ଥାତ୍ ୬୦୦ ଲୋକଙ୍କୁ ମଧ୍ୟ ଛଟେଇ କରିବ। ଏହି ବଡ଼ ନିଷ୍ପତ୍ତି ପରେ କମ୍ପାନୀର ଆଡ୍ ଟେକ୍ ବ୍ୟବସାୟରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବେ।
ଏକ ରିପୋର୍ଟ ଅନୁଯାୟୀ, ଆକ୍ସିଓସ ସହ ଇଣ୍ଟରଭ୍ୟୁରେ ୟାହୁର ସିଇଓ ଜିମ୍ ଲାନଜୋନ୍ କହିଛନ୍ତି ଛଟେଇ ନିଷ୍ପତ୍ତି ଆର୍ଥିକ ସ୍ଥିତିକୁ ନେଇ ନୁହେଁ। ବରଂ ବିଜ୍ଞାପନ ୟୁନିଟ୍ ପାଇଁ ୟାହୁକୁ ଅଧିକରୁ ଅଧିକ ଲାଭନ୍ବିତ କରିବା ପାଇଁ ଏପରି କରାଯାଇଚି। ୟାହୁରେ ଛଟେଇ ସୂଚନା ଆକ୍ସିଓସ ଦେଇଛି।
ସୂଚନାଯୋଗ୍ୟ, ୟାହୁ ପୂର୍ବରୁ ଡିଜନୀ ମଧ୍ୟ କମ୍ପାନରୁ ୭ ହଜାର କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଛି। ଡିଜନୀ ମଧ୍ୟ ଛଟେଇ କାରଣ ସବସ୍କ୍ରାଇବର୍ସରେ ହ୍ରାସକୁ କାରଣ କହିଛି ଯାହା କାରଣରୁ ଗତ ବର୍ଷ ଖୁବ୍ କ୍ଷତି ସହିବାକୁ ପଡ଼ିଛି।
ତେବେ ଏହିଭଳି ଭାବରେ କମ୍ପାନୀରେ ବଡ଼ ଆକାରରେ ହେଉବାକୁ ଏହି ଛଟେଇରୁ ୫୦ ପ୍ରତିଶତ କିମ୍ବା ୧୬୦୦ ଅଧିକ ଟେକ୍ କମ୍ପାନୀର କର୍ମଚାରୀମାନେ ପ୍ରଭାବିତ ହେବେ। ଯାହାର ସୂଚନା ନିକଟରେ ଏକ ରିପୋର୍ଟରେ ସାମ୍ନାକୁ ଆସିଛି।