ହାତୀ ଆତ୍ମା ଶାନ୍ତି ପାଇଁ ନାମଯଜ୍ଞ, ପୋଖରୀରେ ଯାଇଥିଲା ଜୀବନ

Published By : Prameya-News7 Bureau | July 02, 2022 IST

ସମ୍ବଲପୁର ୨୭: ହାତୀ ମୃତ୍ୟୁ ପରେ ଆତ୍ମା ଶାନ୍ତି ପାଇଁ ନାମଯଜ୍ଞ । ଏକଥା ବିଶ୍ବାସ ନହେଲେ ବି ସତ । ସମ୍ବଲପୁର ସାପଲହରା ଅଞ୍ଚଳବାସୀ ଆୟୋଜନ କରିଛନ୍ତି ବିଷ୍ଣୁ ସହସ୍ର ନାମଯଜ୍ଞ । ଏଥିରେ ପଡିଆବାହାଲ ଆଞ୍ଚଳିକ ପଣ୍ଡିତ ସଂଘ ବିଶେଷ ସହଯୋଗ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମୃତ ଦନ୍ତା ହାତୀଟି ବସୁମତୀ ସ୍ନାନ ଦିନ ଗାଁ ପୋଖରୀକୁ ପଶି ଆସିଥିଲା । ସେଠାରେ ହାତୀଟିର ମୃତ୍ୟୁ ହୋଇଥିଲା । ଫଳରେ ଅଞ୍ଚଳବାସୀ ହାତୀଟିର ଆତ୍ମାର ଶାନ୍ତି ପାଇଁ ବିଷ୍ଣୁ ସହସ୍ର ନାମଯଜ୍ଞ ଆୟୋଜନ କରିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ଘଟଣାରେ ଅଞ୍ଚଳବାସୀ ଅନୁତପ୍ତ କରିବା ପରି ମନେ ହେଉଥିବା ବେଳେ ବନ ବିଭାଗ ନିଘୋଡ ନିଦରେ ଶୋଇଛି । ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.