suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବର୍ଷା ପାଇଁ ଯଜ୍ଞ

24/05/2018 at 6:03 AM

ବର୍ଷା ପାଇଁ ଯଜ୍ଞ, ଏକ ପୁରୁଣା କଥା ହୋଇପାରେ ।କିନ୍ତୁ ସରକାରୀ ପଇସାରେ ହେବ ଏପରି ଯଜ୍ଞ । ଗୁଜୁରାଟର ବିଜୟ ରୂପାନୀ ନେତୃତ୍ୱାଧୀନ ବିଜେପି ସରକାର ଭଲ ବର୍ଷା ପାଇଁ ରାଜ୍ୟର ୩୩ ଜିଲ୍ଲାରେ ଯଜ୍ଞ କରିବେ । ପ୍ରଜାୟଁ ଯଜ୍ଞ ନାମରେ ୪୧ ଟି ସ୍ଥାନରେ ଏପରି ହୋମଯଜ୍ଞ କରାଯିବ । ପ୍ରବଳ ଖରା ରେ ଜଳଉତ୍ସ ହ୍ରାସ ପାଉଥିବାରୁ ଇଶ୍ୱରଙ୍କ କୃପା ପାଇଁ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ରୂପାନୀ ସରକାର । ଆସନ୍ତା ୩୧ ତାରିଖରେ ହିଁ ହେବ ଏହି ପ୍ରଜାୟଁ ଯଜ୍ଞ । ୩୩ ଟି ଜିଲ୍ଲା ସହ ୮ଟି ପ୍ରମୂଖ ସହରରେ ଯଜ୍ଞ ହେବ । ରାଜ୍ୟରେ ଭଲ ମୋସୁମୀ ବର୍ଷା ଲାଗି ଆହୂତି ଦିଆଯିବ । ଏହି ଯଜ୍ଞ ପରେ ପ୍ରସାଦ ବଣ୍ଟନ କରାଯିବ । ଏବଂ ସବୁଠୁ ବଡ କଥାଟି ହେଲା ଯଜ୍ଞରେ ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଅଫିସର ମାନେ ବି ଯୋଗ ଦେବେ । ଗୁଜୁରାଟ ଏବେ ଜଳ ସଂକଟର ସମ୍ମୁଖୀନ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୨୦୪ଟି ବିଭିନ୍ନ ନଦୀବନ୍ଧ ଏବଂ ଜଳ ସଂରକ୍ଷଣ ବନ୍ଧ ଆଦିରେ ୨୯ ପ୍ରତିଶତ ପାଣି ଥିବାରୁ ଆଗକୁ ସଂକଟ ବଢିବା ଆଶା କରାଯାଉଛି । ୨୦୧୯ ଲୋକସଭା ନିର୍ବାଚନରେ କୃଷି ଏବଂ ଜଳସେଚ୍ଚନ ବଡ ପ୍ରସଙ୍ଗ ହେବା ଆଶଙ୍କାରେ ରୂପାନୀ ସରକାର ଏବେ ଠୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଇଶ୍ବରଙ୍କ କୃପା ପ୍ରାର୍ଥନା ବି କରିଲେଣି ।

Leave a Reply

   Related Posts