କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ମିଳିବ ‘ୱାଇ ପ୍ଲସ୍’  ସୁରକ୍ଷା

Published By : Prameya-News7 Bureau | June 26, 2022 IST

ନୂଆଦିଲ୍ଲୀ ୨୬।୬: କେନ୍ଦ୍ର ସରକାର ରବିବାର ଶିବସେନାର ୧୫ ବିଦ୍ରେହୀ ବିଧାୟକଙ୍କୁ ସିଆରପିଏଫ ଜବାନଙ୍କ ‘ୱାଇପ୍ଲସ୍’ ସୁରକ୍ଷା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ସୁଚନା ଅନୁସାରେ ଯେଉଁ ବିଧାୟକଙ୍କୁ ଏହି ସୁରକ୍ଷା ମିଳିଛି ସେମାନଙ୍କ ମଧ୍ୟରେ ରମେଶ ବୋର୍ଣ୍ଣାରେ, ମଙ୍ଗେଶ କୁଦଲକର, ସଞ୍ଜୟ ଶିରସତ, ଲତାବାଇ ସୋନଭଣେ, ପ୍ରକାଶ ସୁର୍ବେ ଓ ଅନ୍ୟ ୧୦ ବିଧାୟକ ମଧ୍ୟ ଅଛନ୍ତି।

ଯେହେତୁ ଏହି ସୁରକ୍ଷାରେ ଗୃହ ସୁରକ୍ଷା ମଧ୍ୟ ସାମିଲ ରହୁଛି, ଅଧିକାରୀଙ୍କ ସୂଚନା ଅନୁସାରେ ମହାରାଷ୍ଟ୍ରରେ ରହୁଥିବା ଏହି ବିଧାୟକମାନଙ୍କ ପରିବାରକୁ ମଧ୍ୟ ଏହି ସୁରକ୍ଷା ମିଳିବ।  କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀଙ୍କ ପକ୍ଷରୁ ଗୃହମନ୍ତ୍ରାଳୟଙ୍କୁ କରାଯାଇଥିବା ସୁପାରିଶ ଅନୁସାରେ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି।

{"id":647635,"width":842,"height":553,"sizeSlug":"full","linkDestination":"none"}

ଉପୁଜିଥିବା ପରିସ୍ଥିତିରେ ବିଧାୟକ ଓ ସେମାନଙ୍କ ପରିଜନଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ସୁପାରିଶରେ ଆଶଙ୍କା କରାଯାଇଛି। ଏଣୁ କେନ୍ଦ୍ର ସରକାର ସୁପାରିସକୁ ମଞ୍ଜୁର କରିଛନ୍ତି। ବିଧାୟକମାନେ ମହାରାଷ୍ଟ୍ର ଫେରିବା ପରେ ପ୍ରତ୍ୟେକ ପାଳିରେ ୫ ଜଣ କରି ସିଆରପିଏଫ କମାଣ୍ଡୋ ସେମାନଙ୍କ ସୁରକ୍ଷା କରିବେ।

ପାର୍ଟିରେ ବିଦ୍ରୋହ କରିଥିବା କେତେକ ବିଧାୟକ ଏବେ ଗୌହାଟିରେ ଏକନାଥ ସିନ୍ଦେଙ୍କ ସହ କ୍ୟାମ୍ପ କରିଛନ୍ତି। ଏଣୁ ମହାରାଷ୍ଚ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡି(ଏମଭିଏ) ସରକାର ଏବେ ବିପଦରେ ପଡି ଯାଇଛି। ଶନିବାର ମହାରାଷ୍ଟ୍ର ବିଧାନସଭା ସଚିବାଳୟ ଏହି ବିଧାୟକମାନଙ୍କୁ ସମନ ଜାରି କରିଛନ୍ତି। ଏଥିରେ ସିନ୍ଦେଙ୍କ ସମେତ ୧୬ ବିଧାୟକଙ୍କୁ ସମନ ଜାରି ହୋଇଥିବା ବେଳେ ସେମାନଙ୍କୁ ୨୭ ଜୁନ ସୁଧା ଲିଖିତ ଜବାବ ଦାଖଲ କରିବାକୁ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.