ସ୍ୱାଧୀନତା ଲାଗି ଚୀନ୍ ବିରୋଧରେ ସିନଜିଆଙ୍ଗର ଶ୍ୱର ଉତ୍ତୋଳନ, ସହଯୋଗ ଲାଗି ବିଶ୍ୱ ସମୂଦାୟଙ୍କୁ ନିବେଦନ

Published By : Prameya-News7 Bureau | August 20, 2020 IST

ବେଜିଂ: ତ୍ରୁଟିପୂର୍ଣ୍ଣ ନୀତି ଲାଗି ବିଶ୍ୱ ନୁହେଁ ନିଜ ଦେଶରେ ଏବେ ଚୀନ ବିଦ୍ରୋହର ସମ୍ମୁଖୀନ ହୋଇଛି। ଦେଶର ଏକ ପ୍ରାନ୍ତ ସିନଜିଆଙ୍କ ଚୀନ୍‌ ଶାସନରୁ ସ୍ୱାଧୀନ ହେବା ଲାଗି ବିଶ୍ୱ ସମୂଦାୟଙ୍କୁ ନିବେଦନ କରିବା ଏବେ ସରକାରଙ୍କ ନିଦ ହଜେଇ ଦେଇଛି। ଭାରତ ସୀମାରେ ଥିବା ତୀବ୍ବତ ଏକାକୀ ନୁହେଁ ମଧ୍ୟ ଏସିଆର ଏକ ଅଂଶ ପୂର୍ବତୁର୍କିସ୍ତାନ ମଧ୍ୟ ଚୀନ୍‌ ଯୋଗୁ ତ୍ରାହିତ୍ରାହି ହେଉଛି।  ଏହାହିଁ ହେଉଛି ଆଜିର ସିନଜିଆଙ୍ଗ।

{"id":317750,"width":582,"height":303,"sizeSlug":"large"}

୧୯୪୯ରେ ଚୀନ୍ ଆକ୍ରମଣ କରି ପୂର୍ବତୁର୍କିର ଏହି ଅଞ୍ଚଳକୁ ନିଜ ସହ ମିସାଇ ଦେଇଥିଲା। ସେବେଠାରୁ ଏହାକୁ ସିନଜିଆଙ୍ଗ ନାମରେ ନାମିତ କରି ଏହା ଉପରେ ବଳ ପୂର୍ବକ ଶାସନ ଚଳାଇଛି। ଏଣୁ ଏଠାରେ ସମୟ ସମୟରେ ଚୀନ ବିରୋଧରେ ସ୍ୱାଧୀନତା ଲାଗି ଶ୍ୱର ଉଠିଥାଏ। ୧୯୯୦ରେ ସୋଭିଏତ ସଂଘର ପତନ ଯୋଗୁ ତୁର୍କିସ୍ତାନ ଓ କାଜାକିସ୍ତାନ ଆଦି ନୂଆ ନୂଆ ସ୍ୱାଧୀନ ଦେଶର ଉତ୍ପତି ହୋଇଥିଲା। ସେତେବେଳେ ପୂର୍ବ ତୁର୍କିସ୍ତାନ ମଧ୍ୟ ସ୍ୱାଧୀନତା ଦାବି କରିଥିଲା। ହେଲେ ଚୀନ ସେନା ଲଗାଇ ଦାବିକୁ ଚପାଇ ଦେଇଥିଲା।

{"id":317752,"sizeSlug":"large"}

ଚୀନ ବିରୋଧରେ ବଢୁଥିବା ଅସନ୍ତୋଷରେ ପୂର୍ବତୁର୍କିସ୍ତାନର ଆମେରିକାସ୍ଥିତ ନିର୍ବାସିତ ସରକାରର ପ୍ରଧାନମନ୍ତ୍ରୀ ସାହିଲ ହଦୟାର ବିଶ୍ୱ ନେତୃତ୍ୱଙ୍କ ସମ୍ମୁଖରେ ତାଙ୍କ ଦେଶର ସ୍ୱାଧୀନତା ଦାବି ଉଠାଇଛନ୍ତି। ସ୍ୱାଧୀନତା ପୂର୍ବ ତୁର୍କିସ୍ତାନ ଲୋକଙ୍କ ଦାବିର ଯଥାର୍ଥତା ଅଛି ବୋଲି ସେ କହିଛନ୍ତି। ସିନଜିଆଙ୍ଗର ଲୋକେ ଚୀନ ଅତ୍ୟାଚାର ଓ ଦମନରେ ଅତିଷ୍ଠ ହୋଇଉଠିଲେଣି। ଏଣୁ ସେମାନଙ୍କୁ ଚୀନ କବଳରୁ ସ୍ୱାଧୀନ କରିବା ଲାଗି ସାରା ବିଶ୍ୱରୁ ଶ୍ୱର ଉତ୍ତୋଳନ ହେବା ଆବଶ୍ୟକ ବୋଲି କହିଛନ୍ତି।

{"id":317753,"width":579,"height":434,"sizeSlug":"large"}

ସିନଜିଆଙ୍ଗ ପଶ୍ଚିମ ପ୍ରାନ୍ତରେ ହିଁ ଉଇଗୁର ମୁସଲମାନ ରହନ୍ତି। ଏଠାକାର ମୁସଲମାନଙ୍କୁ ସେମାନଙ୍କ ଧାର୍ମିକ ଆଚରଣ ଲାଗି ସରକାର ଅନୁମତି ଦେଉ ନାହାନ୍ତି। ଖାସ ଏଥିଲାଗି ୨୦୦୯ ମସିହାରେ ଏଠାରେ ଭୀଷଣ ଦଙ୍ଗା ହୋଇଥିଲା। ଯେଉଁଥିରେ ହଜାର ହଜାର ଉଇଗୁରଙ୍କୁ ଗଣ ହତ୍ୟା କରାଯାଇଥିଲା ବୋଲି ନିର୍ବାସିତ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ଆମେରିକା ସହ ଚୀନର ଶୀତଳ ଯୁଦ୍ଧରେ ଏବେ ବିଶ୍ୱ ସମୂଦାୟଙ୍କ ସମ୍ମୁଖରେ ନିଜ ଦାବି ରଖିବାର ଉପଯୁକ୍ତ ସମୟ ବାଛିଛନ୍ତି ପୂର୍ବ ତୁର୍କିର ନିର୍ବାସିତ ପ୍ରଧାନମନ୍ତ୍ରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.