ଭାରତରେ ଦୁଇ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କଲା Redmi, ଏତିକି ରହିଛି ମୂଲ୍ୟ…
30/03/2023 at 11:00 PM

ନୂଆଦିଲ୍ଲୀ, ୩୦/୦୩: ସ୍ମାର୍ଟଫୋନ୍ କମ୍ପାନୀ ସାଓମି ଭାରତରେ ଏହାର ଦୁଇ ନୂଆ ରେଡମୀ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ଦୁଇ ସ୍ମାର୍ଟଫୋନ୍ କମ୍ପାନୀର 12 ସିରିଜ୍ ଅନ୍ତର୍ଗତ। ପ୍ରଥମ ସ୍ମାର୍ଟଫୋନ୍ ହେଉଛି Redmi 12C ଏବଂ ଅନ୍ୟଟି ହେଉଛି Redmi Note 12 । ତେବେ ଏହି ଦୁଇଟି ଯାକ ଫୋନ୍ 4G ସପୋର୍ଟ ସହ ରହିଛି। ଉଭୟ ଫୋନ୍ ଇ-କମର୍ସ ଓ୍ବେବସାଇଟ୍ରେ ୬ ଏପ୍ରିଲ ଠାରୁ ଉପଲବ୍ଧ ହେବ।
ଏମିତି ରହିଛି Redmi 12C ର ଫିଚର୍ସ:
କହିବାକୁ ଗଲେ Redmi 12C ଏକ ବଜେଟ୍ ସ୍ମାର୍ଟଫୋନ୍। ଏହି ସ୍ମାର୍ଟଫୋନ୍ରେ ୬.୭ ଇଞ୍ଚର ଡ୍ରପ୍ ନଚ୍ ଡିସପ୍ଲେ ମିଳିବ। ଫୋନ୍କୁ ଆକର୍ଷଣୀୟ ଡିଜାଇନ୍ କରାଯାଇଛି। ଏହି ଫୋନ୍ରେ ଆଇପି ୫୨ ରେଟିଂ ଡଷ୍ଟ ଏବଂ ଓ୍ବାଟର ସୁରକ୍ଷା ଦେଖିବାକୁ ମିଳିବ।
Redmi 12C ରେ ଗ୍ରାହକଙ୍କୁ Helio G85 ପ୍ରୋସେସର ଦେଖିବାକୁ ମିଳିବ। କ୍ୟାମେରାରେ ଫୋନ୍ରେ ୫୦ ମେଗାପିକ୍ସେଲର ରିୟର ଡୁଆଲ ରିୟର କ୍ୟାମେରା ରହିଛି। ସେଲଫି ପାଇଁ ଫୋନ୍ରେ ୫ ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି। ବ୍ୟାଟେରୀରେ ୫୦୦୦ mAh ବ୍ୟାଟେରୀ ରହିଛି। ଯାହାକି 10 W ର ଚାର୍ଜିଂ ସପୋର୍ଟ ରହିଛି। ଫୋନ୍ରେ ଟାଇପ୍ ସି ପୋର୍ଟ ରହିଛି।
ଫୋନ୍କୁ ତିନି ଭାରିଏଣ୍ଟ 4+64 GB, 4+128GB, 6+128 GB ଭାରିଏଣ୍ଟରେ ଲଞ୍ଚ କରାଯାଇଛି।ଯାହାର ମୂଲ୍ୟ, ୮,୪୯୯ ଟଙ୍କାରୁ ଆରମ୍ଭ ହେଉଛି।
ଏଭଳି ରହିଛି Redmi Note 12 ର ଫିଚର୍ସ ଏବଂ ଦାମ୍:
Remi Note 12 ରେ ଗ୍ରାହକଙ୍କୁ ୬.୬୭ ଇଞ୍ଚର Super Amoled Display ଦେଖିବାକୁ ମିଳିବ। ଫୋନ୍ରେ Qualcomm Snapdragon 685 ପ୍ରୋସେସର ଦିଆଯାଇଛି। ଫୋନ୍ରେ ଗ୍ରାହକଙ୍କୁ ଟ୍ରିପଲ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ। ଯେଉଁଥିରେ ୫୦ ମେଗାପିକ୍ସେଲର ମୁଖ୍ୟ କ୍ୟାମେରା, ୮ ମେଗାପିକ୍ସେଲର ଅଲ୍ଟ୍ରା-ଓ୍ବାଇଡ୍ କ୍ୟାମେରା ଏବଂ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ଦେଖିବାକୁ ମିଳିବ।
ଫୋନ୍ରେ ୫୦୦୦ mAh ବ୍ୟାଟେରୀ ରହିଛି। ଯାହାକି 33W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ରହିଛି। ଫୋନ୍ ଦୁଇଟି ଭାରିଏଣ୍ଟ 6+64 GB ଏବଂ 6+128 GB ରେ ଲଞ୍ଚ କରାଯାଇଛି। ତେବେ ଏହି ଫୋନ୍ ୧୪,୯୯୯ ଟଙ୍କାରୁ ଆରମ୍ଭ ହୋଇଛି।