ପୂର୍ବ ଲଦାଖରେ ଷଡ଼ଯନ୍ତ୍ର ରଚୁଛି ଡ୍ରାଗନ୍, ଯବାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଜିନପିଙ୍ଗ !

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ! ଭାରତ ସହିତ ଯୁଦ୍ଧ କରିବା ନେଇ ଷଡ଼ଯନ୍ତ୍ର ରଚୁଛି ଡ୍ରାଗନ୍ । ପୂର୍ବ ଲଦାଖ ସୀମାରେ ନିୟୋଜିତ ଥିବା ଚୀନ୍ ସେନାଙ୍କୁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯବାନଙ୍କ ସହିତ କଥାବାର୍ତ୍ତା ହେବା ସହିତ ଯୁଦ୍ଧର ଆଭାସ ଦେଇଛନ୍ତି ।

ଅଧିକାରୀ ମିଡିଆ ରିପୋର୍ଟ ମୁତାବକ, ଶୁକ୍ରବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପିଏଲଏ ମୁଖ୍ୟାଳୟରୁ ପୂର୍ବ ଲଦାଖର ଖଞ୍ଜରାବ ସୀମାରେ ନିୟୋଜିତ ଥିବା ଯବାନମାନଙ୍କୁ ସମ୍ବୋଦ୍ଧିତ କରିଥିଲେ । ଜିନପିଙ୍ଗ ଏବେ କମୁନିଷ୍ଟ ପାର୍ଟିର ମହାସଚିବ ସହିତ ପିପୁଲ ଲିବରେସନ ଆର୍ମିର ମୁଖ୍ୟ ଅଛନ୍ତି ।

ଭାରତ-ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଭିତରେ ଜିନପିଙ୍ଗ ସେନାର ଯୁଦ୍ଧ ପ୍ରସ୍ତୁତି ପଚାରି ବୁଝିଛନ୍ତି । ୨୪ ଘଣ୍ଟା ସୀମାକୁ ସୁରକ୍ଷା ଦେଉଛନ୍ତି ଜଣେ ଯବାନ କହିଥିଲେ । ସେହିପରି ଦୁର୍ଗମ ଅଞ୍ଚଳରେ ସେମାନଙ୍କୁ ସମସ୍ତ ସାମଗ୍ରୀ ଠିକ୍‌ଠାକ୍ ମିଳୁଛି କି ନାହିଁ ପଚାରିଥିଲେ ଚୀନ୍‌ ରାଷ୍ଟ୍ରପତି।

wp:html /wp:html

ପୂର୍ବ ଲଦାଖର ପେଙ୍ଗଙ୍ଗ ସୋ ନିକଟରେ ୨୦୨୦ରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ଉଭୟ ସେନା ମଧ୍ଯରେ ଗତିରୋଧ ଆରମ୍ଭ ହୋଇଯାଇଛି । ସୀମାରେ ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ  ଉଚ୍ଚସ୍ତରୀୟ ବୈଠକ ହୋଇଛି । ଉଭୟ ସେନା ପେଙ୍ଗଙ୍ଗ ସୋ ନିକଟରୁ କିଛି ବାଟ ପଛରୁ ହଟିଛନ୍ତି । ହେଲେ ୧୭ଥର ବୈଠକ ପରେ ମଧ୍ୟ ବାକି ସମସ୍ୟା ସମାଧାନରେ କୌଣସି ପ୍ରଗତି ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.