ଚୀନ୍ରେ କରୋନା ଆତଙ୍କ: ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍, କହିଲେ ଜୀବନ ବଞ୍ଚାଇବାକୁ ହେଲେ…
26/12/2022 at 8:07 PM

ନୂଆଦିଲ୍ଲୀ, ୨୬/୧୨: ଚୀନରେ କରୋନା ସ୍ଥିତି ଅଣାୟତ୍ତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ଅନ୍ତିମ ସଂସ୍କାର ପାଇଁ ଶବକୁ ଲମ୍ବା ଲାଇନରେ ରଖିବାକୁ ପଡ଼ୁଛି। ତେବେ ଚୀନରେ ଉପୁଜିଥିବା ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି। ଜିନ୍ପିଙ୍ଗ୍ ଏକ ବିବୃତ୍ତିରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ଚୀନ୍ ଅଧିକାରୀଙ୍କୁ ଅପିଲ୍ କରିଛନ୍ତି ।
ସୂଚନାଯୋଗ୍ୟ, ଚୀନରେ ଜିରୋ କୋଭିଡ୍ ପଲିସିରେ ଛାଡ଼ ପରେ କରୋନା ତୀବ୍ର ଭାବରେ ବ୍ୟାପିବାରେ ଲାଗିଛି। ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଇଛି। ଶବଗୃହରେ ଟୋକନ ନେବାକୁ ପଡ଼ୁଛି। ଆଶଙ୍କା କରାଯାଉଛି ଯେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ସେହିଭଳି ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।
ସି ଜିନ୍ପିଙ୍ଗ୍ ଏକ ବୟାନରେ ଆହୁରି କହିଛନ୍ତି ଦେଶବ୍ୟାପୀ ସ୍ବାସ୍ଥ୍ୟ ଅଭିଯାନ ଆରମ୍ଭ କରିବା ନେଇ କହିଛନ୍ତି । ଏହି ବୟାନରେ ସେ କହିଛନ୍ତି ମହମାରୀରୁ ବର୍ତ୍ତିବା ପାଇଁ ଏବଂ ନିୟନ୍ତ୍ରଣ ପାଇଁ ମଜବୁତ ପଦକ୍ଷେପ ନେବାକୁ ହେବ।
ସୂଚନାଯୋଗ୍ୟ,୨୦୧୯ ଶେଷ ବେଳକୁ ଚୀନ୍ରେ କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇଥିଲା। ଏହାପରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ କଠୋର ଜିରୋ କୋଭିଡ୍ ପଲିସି ଲାଗୁ କରାଯାଇଥିଲା। ଲକ୍ଡାଉନ ଭଳି କଠୋର ପଦକ୍ଷେପ ନିଆଯାଇଥିଲା। ତେବେ ଏହି ସୁରକ୍ଷା ପଦକ୍ଷେପ କୋଭିଡ୍ ସଂକ୍ରମଣ ରୋକିବାରେ ସହାୟକ ହୋଇଥିଲା। କିନ୍ତୁ ଲକ୍ଡାଉନ ଏବଂ ପ୍ରତିବନ୍ଧକ ଯୋଗୁଁ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିଥିଲା।
ତେବେ ବର୍ତ୍ତମାନ ସ୍ଥିତି ଖରାପ ହୋଇଛି। ଏକ ଗବେଷଣା ଅନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ଚାଇନାରେ ମୃତ୍ୟୁ ସଂଖ୍ୟା ଲକ୍ଷ ଛୁଇଁପାରେ। ମହାମାରୀକୁ ନେଇ ଚୀନ୍ ସବୁଠୁ ଖରାପ ସ୍ଥିତିର ସାମ୍ନା କରୁଛି। ସ୍ବାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଉତ୍କଟ ରହିଛି।