ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ତୃତୀୟଥର ଚୀନ ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ୍, ଭାଙ୍ଗିଲେ ୪୦ ବର୍ଷର ରେକର୍ଡ…

10/03/2023 at 12:44 PM

ବେଜିଂ ୧୦।୦୩ ; ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି  ସି ଜିନପିଙ୍ଗ । ୧୪ତମ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରେ କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ୧୦ ମାର୍ଚ୍ଚ ୨୦୨୩ରେ ଯାଏଁ ଦିଆଯାଇଥିଲା । ୬୯ ବର୍ଷୀୟ ଜିନପିଙ୍ଗ ଆଧୁନିକ ଚାଇନାର ସବୁଠାରୁ ଲମ୍ବା ଶାସନ କରୁଥିବା ରାଷ୍ଟ୍ରମୁଖ୍ୟ ହେବେ । ମାଓ ସେତୁଙ୍ଗଙ୍କ ପରେ ସେ ଦ୍ବିତୀୟ ନେତା, ଯିଏକି ଲଗାତାର ତୃତୀୟ କାର୍ଯ୍ୟାକାଳ ସମ୍ଭାଳିବେ ।

ସି ଜିନପିଙ୍ଗ ତୃତୀୟ ଥର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଚୀନ କମ୍ୟୁନିଷ୍ଟ ପାର୍ଟିର ଚାରି ଦଶନ୍ଧିର ପୁରୁଣା ନିୟମ ଭାଙ୍ଗିଛି ।  ୧୯୮୨ ମସିହାରୁ ରାଷ୍ଟ୍ରପତି ପଦର କାର୍ଯ୍ୟକାଳ ୧୦ ବର୍ଷ ରହିଥିଲା । ସିଙ୍କୁ ତୃତୀୟ ଥର ପଦ ଦିଆଯିବା ପରେ ଭାଙ୍ଗିଛି ଏହି ନିୟମ ।  

ଖବର ଅନୁଯାୟୀ ମାର୍ଚ୍ଚ ୫ରେ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକ ଆରମ୍ଭ ହୋଇଥିଲା । ଏହି ସପ୍ତାହବ୍ୟାପୀ ବୈଠକରେ ଜିନପିଙ୍ଗଙ୍କର ଅନେକ ନୀତି ଉପରେ ଉଠିଥିଲା ପ୍ରଶ୍ନ । ବିଶେଷକରି ଜିରୋ କୋଭିଡ୍ ନୀତି ଉପରେ ପ୍ରଶ୍ନ ଉଠିଥିବା ବେଳେ ସମସ୍ତ ଅଭିଯୋଗକୁ ଦୂର କରିବାରେ ସଫଳ ହୋଇଥିଲେ ଜିନପିଙ୍ଗ୍। ସି ଜିନପିଙ୍ଗ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଆସନ୍ତା ୫ବର୍ଷ ପାଇଁ ତୁଲାଇବେ ।  ତାଙ୍କ ପାଇଁ ଦେଶ ତଥା ବିଦେଶରେ ରହିଛି ଅନେକ ଚ୍ୟାଲେଞ୍ଜ ।

   Related Posts