Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଜି-୨୦ ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀଙ୍କ ଉପରେ ଭଡକିଲେ ଚୀନ ରାଷ୍ଟ୍ରପତି, ଭିଡିଓ ଭାଇରାଲ….

17/11/2022 at 9:59 AM

ନୂଆଦିଲ୍ଲୀ ୧୭/୧୧: ଜି-ଟ୍ୱେଣ୍ଟି ବୈଠକରେ ଦୁଇ ରାଷ୍ଟ୍ରମୁଖ୍ୟ ପରସ୍ପର ମଧ୍ୟରେ କଥା କଟାକଟି ହୋଇଛନ୍ତି । ଆଜିର ବୈଠକରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡା ବ୍ୟାପାରରେ ଚୀନର ଅନଧିକାର ପ୍ରବେଶ ପ୍ରସଙ୍ଗ ଉଠାଇଥିଲେ । ତିନି ବର୍ଷ ପରେ କାନାଡା ଏହି ପ୍ରସଙ୍ଗ ଖୋଲାଖୋଲି ଉଠାଇଥିବା ବେଳେ ଏନେଇ ଆନ୍ତର୍ଜାତିକ ଫୋରମର ଦୃଷ୍ଟି ଆକର୍ଷଣ କରିଥିଲା ।

ଏହାର କିଛି ସମୟ ପରେ ଚୀନ ଟ୍ରୁଡୋଙ୍କ ଉପରେ ଅଭିଯୋଗ କରିଥିଲା ଯେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କିଛି ଗୁପ୍ତ ପ୍ରସଙ୍ଗ ଟ୍ରୁଡୋ ବାହାରେ ପ୍ରଘଟ କରିଦେଇଛନ୍ତି । ତେବେ ବୈଠକରେ ଏହି ଦୁଇନେତା ଯେତେବେଳେ ପରସ୍ପରର ଦେଖା ହୋଇଥିଲେ । ସେତେବେଳେ ଉଭୟ ନେତା ଯୁକ୍ତି ତର୍କ କରୁଥିବା ଦେଖାଯାଇଥିଲା । ଯୁକ୍ତି ପରେ ପରସ୍ପର କରମର୍ଦ୍ଦନ କରି ଉଭୟ ନିଜ ନିଜ ରାସ୍ତାରେ ଚାଲିଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଆ ଏବେ ଭାଇରାଲ ହେବାରେ ଲାଗିଛି ।

   Related Posts