କେବଳ ବଲିଉଡ କି ହଲିଉଡ ଷ୍ଟାର ନୁହଁନ୍ତି ରିଷି କପୁର ଓ ଇରଫାନ୍ ଖାନଙ୍କ ପରଲୋକରେ ଦୁଃଖିତ ସାରା ବିଶ୍ବ : ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କଲେ ଡବ୍ଲ୍ୟୁଡବ୍ଲୁଇ ରେସଲର ଜନ୍ ସେନା
3/05/2020 at 12:03 PM

ମୁମ୍ବାଇ ୩/୫: ଡବ୍ଲ୍ୟୁଡବ୍ଲୁଇ ରେସଲର ଜନ୍ ସେନା ଋଷି କପୁର ଏବଂ ଇରଫାନ୍ ଖାନଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେ ଫଟୋରେ କ୍ୟାପସନ୍ ଦେଇ ନାହାନ୍ତି କିନ୍ତୁ ପ୍ରଶଂସକମାନେ ଏଥିରେ ବହୁତ କମେଣ୍ଟ ଦେଇଛନ୍ତି।
ଜଣେ ଲେଖିଛନ୍ତି, ଜଣେ ଲିଜେଣ୍ଡ ଅନ୍ୟ ଜଣେ ଲିଜେଣ୍ଡଙ୍କ ଫଟୋ ପୋଷ୍ଟ କରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି,‘ଲିଜେଣ୍ଡ କେବେ ମରନ୍ତି ନାହିଁ #RipRishiKapoor ଜଣେ ପ୍ରଶଂସକ ଜନଙ୍କୁ ପ୍ରଶ୍ନ କରିଛନ୍ତି ଯେ ସେ ବଲିଉଡ ଫିଲ୍ମ ଦେଖନ୍ତି କି? ଜନ୍ ଅଧିକାଂଶ ସମୟରେ ନିଜ ଇନଷ୍ଟାଗ୍ରାମରେ କୌଣସି କ୍ୟାପସନ୍ ବିନା ମିମ ଏବଂ ଲୋକଙ୍କ ଫଟୋ ସେୟାର କରନ୍ତି।
ଏପରିକି ସେ ବିଗ୍ ବସ୍ ୧୩ର ପ୍ରତିଯୋଗୀ ଆସିମ୍ ରିୟାଜଙ୍କ ଫଟୋ ମଧ୍ୟ ସେୟାର କରିଥିଲେ। ଏହା ପୂର୍ବରୁ ସେ ସେ ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ପୁଅ ପାଇଁ ଏକ ସ୍ପେଶାଲ ଭିଡିଓ ମ୍ୟାସେଜ ସେୟାର କରିଥିଲେ ଏବଂ ପରେ ଶିଳ୍ପା ତାଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ।