ନୂଆଦିଲ୍ଲୀ: ରେସଲିଂ ଦୁନିଆର ଅନ୍ୟତମ ମହାନ ରେସଲର ତଥା ଡବ୍ଲୁଡବ୍ଲୁଇ ସୁପରଷ୍ଟାର୍ ଜନ୍ ସିନ୍ ନିଜ ଅବସର ଘୋଷଣା କରିଛନ୍ତି । ୩ ଥର ଡବ୍ଲୁଡବ୍ଲୁଇ ୱାର୍ଲଡ ହେଭିୱେଟ୍ ଚାମ୍ପିୟନ ଏବଂ ୧୩ ଥର WWE ଟାଇଟଲ୍ ଜିତିଥିବା ଜନ୍ ସିନା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ୨୦୨୫ରୁ WWEରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି ।
କାନାଡାର ଟରୋଣ୍ଟୋରେ ଆୟୋଜିତ ମନି ଇନ୍ ଦ ବ୍ୟାଙ୍କ ଲାଇଭ ଇଭେଣ୍ଟ ସେ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ସିନା ଏକ ଟି-ଶାର୍ଟ ପିନ୍ଧିଥିଲେ । ଯେଉଁଥିରେ ‘ଦ ଲାଷ୍ଟ ଟାଇମ୍ ଇଜ୍ ନାଓ’ ଲେଖା ହୋଇଥିଲା ।
ଜନ୍ ସିନା ୨୦୦୧ରେ WWEରେ ଡେବ୍ୟୁ କରିଥିଲେ । ୨୦ ବର୍ଷରୁ ଅଧିକ ସମୟ ଧରି ସିନା ଓ୍ବାର୍ଲଡ ରେସଲିଂ ଏଣ୍ଟରଟେନ୍ମେଣ୍ଟରେ ରାଜ କରିଆସିଥିଲେ । ଏହା ବ୍ୟତୀତ ସେ ହଲିଉଡରେ ମଧ୍ୟ ନିଜ ପ୍ରତିଭା ଦେଖାଇଛନ୍ତି । ରେସଲିଂ ଦୁନିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଅନ୍ୟଙ୍କୁ ଇର୍ଷା କରିବ । କିନ୍ତୁ ଏବେ ତାଙ୍କର ଅବସର ଘୋଷଣା ପ୍ରଶଂସକଙ୍କ ପାଇଁ ଝଟକା ଅଟେ ।
ଅବସର ନେଇ ଘୋଷଣା କରିବା ପରେ ଟରୋଣ୍ଟୋରେ ପ୍ରଶଂସକଙ୍କୁ ‘ଥ୍ୟାଙ୍କ ୟୁ ସିନ’ ବୋଲି କହିଥିଲେ । ୨୦୨୫ରେ ଅବସର ନେବା ପୂର୍ବରୁ ଜନ ସେନା ରୟାଲ ରମ୍ବଲ, ଏଲିମିନେସନ୍ ଚାମ୍ବର ଏବଂ ରେସଲମାନିଆ ୪୧ରେ ଅଂଶଗ୍ରହଣ କରିବେ । ୨୦୨୫ରେ ରେସଲ ମାନିଆ ପରେ WWE ଯାତ୍ରା ଶେଷ କରିବେ ବୋଲି ଜନ ସିନା ଘୋଷଣା କରିଛନ୍ତି ।