ରେସଲମାନିଆ ଥରିବ…WWE ଚାମ୍ପିଆନ ବ୍ରକ୍ ଲେଜନରଙ୍କୁ ଟକ୍କର ଦେବେ ସେହି ଚତୁର ଫାଇଟର୍
3/03/2020 at 7:08 PM

ଓ୍ୱାଶିଂଟନ ମାର୍ଚ୍ଚ ୦୩: WWEରେ ବ୍ରକ୍ ଲେଜନର ଜଣେ ଶକ୍ତିଶାଳୀ ଖେଳାଳି ଭାବେ ପରିଚିତ। ସେ ନିଜ ସ୍ପିଅରରେ ସମସ୍ତ ପ୍ରତିଯୋଗୀଙ୍କୁ ପରାସ୍ତ କରିଦିଅନ୍ତି। ସେ ଅଣ୍ଡରଟେକର, ଦି ରକ ଓ ରୋମାନ ରେଞ୍ଜସ୍ ଭଳି ଖେଳାଳିଙ୍କୁ ମଧ୍ୟ ମାତ ଦେଇଛନ୍ତି। ତାଙ୍କୁ ପରାସ୍ତ କରିବା କଷ୍ଟକର ବୋଲି କୁହାଯାଏ। ଏପରିକି ସେ କାହାକୁ ହେଲେ ଭୟ କରନ୍ତି ନାହିଁ।
ନିକଚରେ ତାଙ୍କୁ ଜଣେ ପ୍ରତିଯୋଗୀ ଚ୍ୟାଲେଞ୍ଜ କରିଛନ୍ତି। ସ୍କଟିଶ୍ ସାଇକୋପାଥ୍ କୁହାଯାଉଥିବା ଡ୍ରିୟୁ ମାକଲେଣ୍ଟ୍ରି ବ୍ରକଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ୩୬ ତମ ରେସଲମାନିଆରେ ବ୍ରକଙ୍କ ସହ WWE ଚାମ୍ପିୟନସିପ ପାଇଁ ମୁହାଁମୁହିଁ ହେବେ। ଚଳିତ ସପ୍ତାହରେ ଉଭୟଙ୍କ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଡ୍ରିୟୁ ବ୍ରକଙ୍କ ଉପରେ ଭାରି ପଡିଥିଲେ। ବ୍ରକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେ ବ୍ରକଙ୍କୁ ଏକ ଧକ୍କା ମାରିଥିଲେ। ଏହାସହ ତାଙ୍କ ମୁହଁରେ ଏକ ମୁଥ ମାରିଥିଲେ। ଏହାପରେ ଏକ କିକ୍ ମଧ୍ୟ ମାରିଥିଲେ। ଏଥିରେ ବ୍ରକ୍ ଧରାଶାୟୀ ହୋଇପଡିଥିଲେ।
ସେହିପରି ଆଉ ଏକ ସୋରେ ବ୍ରକ୍ ଡ୍ରେସିଂ ରୁମକୁ ଯିବା ବେଳେ ଡ୍ରିୟୁ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବ୍ରକ ତଳେ ପଡିଯାଇଥିଲେ। ଏପରି ଭାବେ ଲଗାତାର ଆକ୍ରମଣ କରି ଡ୍ରିଉ ବ୍ରକଙ୍କୁ ଏକ ବଡ ଚ୍ୟାଲେଞ୍ଜ ଦେଇଛନ୍ତି।