oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ : ପଏଣ୍ଟ ଟେବୁଲର ଆଗରେ ଅଷ୍ଟ୍ରେଲିଆ, ୪ ନମ୍ବରରେ ଭାରତ

28/12/2021 at 11:54 AM

ନୂଆଦିଲ୍ଲୀ,୨୮/୧୨:  ଆସେସ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହାସହ ସିରିଜରେ ଆଗୁଆ ରହିଛି । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏବେ ଅଷ୍ଟ୍ରେଲିଆ ୩-୦ରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ଖେଳାଳିଙ୍କ ଆଗରେ ଇଂଲଣ୍ଡ ଟିମ୍ ପୁରା ଅସହାୟ ହୋଇ ପଡିଥିଲା । ତେବେ ବିଜୟୀ ହେବା ପରେ ଅଷ୍ଟ୍ରେଲିଆକୁ ପଏଣ୍ଟ ଟେବୁଲରେ ଅନେକ ଫାଇଦା ମିଳିଛି ।

ଆଇସିସି ତରଫରୁ ଜାରି ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଏକ ନମ୍ବରରେ ରହିଛି । ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍ ଜିତି ସାରିଛି । ଶ୍ରୀଲଙ୍କା ଦୁଇଟି ଜିତିଛି । ଉଭୟ ଦଳର ବିଜୟୀ ପ୍ରତିଶତ ୧୦୦ ପ୍ରତିଶତ ରହିଛି ।

ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି । ପାକ୍ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି । ପାକିସ୍ତାନର ବିଜୟୀ ପ୍ରତିଶତ ୭୫ ପ୍ରତିଶତ । ଭାରତ ଚତୁର୍ଥରେ ରହିଛି । ଦଳ ୨ଟି ସିରିଜ୍ ଖେଳିଥିବା ବେଳେ ତିନୋଟି ଜିତିଛି ଗୋଟିଏ ହାରିଛି । ସେହିପରି ଦୁଇଟି ମ୍ୟାଚ୍ ଡ୍ର ରହିଛି ।

ଆସେସରେ ତିନୋଟି ମ୍ୟାଚ୍ ହାରିବା ପରେ ଦଳ ପଏଁଣ୍ଟ ଟେବୁଲରେ ତଳକୁ ଖସି ଆସିଛି । ଇଂଲଣ୍ଡ ପଛକୁ କେବଳ ବାଂଲାଦେଶ ରହିଛି । ଏହି ଚାମ୍ପିଅନସିପରେ ଇଂଲଣ୍ଡ ଗୋଟି ମ୍ୟାଚ୍ ଜିତିଥିବା ବେଳେ ୫ଟିରେ ପରାସ୍ତ ହୋଇଛି ।

ସୂଚନାଯୋଗ୍ୟ, ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ନ୍ୟୁଜିଲାଣ୍ଡ ହାତେଇଥିଲା । ତେବେ ଭାରତ ରନର ଅପ୍ ହୋଇଥିଲା ।

   Related Posts