ଡବ୍ଲୁଟିସି ଫାଇନାଲ: ବିରାଟଙ୍କ ପାଖରେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ସମକକ୍ଷ ହେବା ସୁଯୋଗ

Published By : Prameya-News7 Bureau | June 06, 2023 IST

ନୂଆଦିଲ୍ଲୀ: ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ଜୁନ ୭ରୁ ଆରମ୍ଭ ହେବ । ଲଣ୍ଡନର ଓଭାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ଭାରତ । ଡବ୍ଲୁଟିସିର ଉଦଘାଟନୀ ସଂସ୍କରଣରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସବୁ ସିରିଜରେ ଭଲ ପ୍ରଦର୍ଶନ କରିବା ସହ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିଲା । କିନ୍ତୁ ଚଳିତ ଥର ଟେଷ୍ଟରେ ଏକ ନମ୍ୱର ଥିବା ଟିମ୍ ଇଣ୍ଡିଆ ନିଜ ପ୍ରତିଦ୍ୱନ୍ଦ୍ୱିକୁ ହରାଇ ୧୦ ବର୍ଷ ଧରି ଅପେକ୍ଷାରେ ଥିବା ଆଇସିସି ଟାଇଟଲକୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ତେବେ ଏହି ଟାଇଟଲ ମୁକାବିଲାରେ ଭାରତୀୟ ବ୍ୟାଟର ବିରାଟ କୋହଲି ବଡ଼ ରେକର୍ଡ ନିଜ ନାଁରେ ପରିବାକୁ ଚାହିଁବେ । ମ୍ୟାଚରେ ଯଦି ବିରାଟ ଶତକ ହାସଲ କରନ୍ତି । ତେବେ ଟେଷ୍ଟରେ ଏହା ତାଙ୍କର ୨୯ତମ ଶତକ ହେବ । ଏହାସହ ସେ ଡନ୍ ବ୍ରଡମ୍ୟାନଙ୍କ ଶତକ ହାସଲରେ ସମକକ୍ଷ ହୋଇଯିବେ ।    

ବର୍ତ୍ତମାନ ସମୟର କ୍ରିକେଟରଙ୍କ ମଧ୍ୟରେ କେବଳ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ଶ୍ (୩୦), ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ୨୯ ଶତକ ସହ ବିରାଟଙ୍କ ଠାରୁ ଆଗରେ ଅଛନ୍ତି ।  

ତେବେ ଏହି ମ୍ୟାଚରେ କୋହଲି ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ପାରନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨୪ଟି ଟେଷ୍ଟ ମ୍ୟାଚ୍ ଖେଳି ବିରାଟ କୋହଲି ୪୮.୨୬ ହାରରେ ୧୯୭୯ ରନ ହାସଲ କରିଛନ୍ତି । ଯଦି ଏହି ମ୍ୟାଚରେ ବିରାଟ ୧୮୮ ରନ ହାସଲ କରନ୍ତି ତେବେ ରାହୁଲ ଦ୍ରାବିଡଙ୍କୁ ଅତିକ୍ରମ କରିଯିବେ । ଅଷ୍ଟ୍ରେଲିଆ ବିପକ୍ଷରେ ରାହୁଲ ଦ୍ରାବିଡ ୨୧୬୬ ରନ ହାସଲ କରିଛନ୍ତି ।

Also Read: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ କି ୨ ସ୍ପିନର ? ରୋହିତ ଶର୍ମା କହିଲେ- ସମସ୍ତ ଖେଳାଳି ପ୍ରସ୍ତୁତ ରୁହନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.