ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ ଫାଇନାଲ ପାଇଁ ତାରିଖ ଘୋଷଣା କଲା ଆଇସିସି, ଦ ଓଭାଲରେ ହେବ ମୁକାବିଲା

8/02/2023 at 6:38 PM

ନୂଆଦିଲ୍ଲୀ: ବୁଧବାର ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି । ଜୁନ ୭ରୁ ୧୧ ମଧ୍ୟରେ ଦ ଓଭାଲରେ ଦୁଇ ଟେଷ୍ଟ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଜୁନ ୧୨କୁ ରିଜର୍ଭ ଦିନ ଭାବେ ରଖାଯାଇଛି । ବର୍ତ୍ତମାନ ସମୟରେ ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲରେ ପହଞ୍ଚିବା ପାଇଁ ପ୍ରବଳ ଦାବିଦାର ଅଛନ୍ତି ।

ଐତିହାସିକ ଦ ଓଭାଲ ଗ୍ରାଉଣ୍ଡ ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଆୟୋଜନ କରିଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଦୁଇ ବର୍ଷର ପ୍ରତିଦ୍ୱନ୍ଦିତା ଏବଂ ୨୪ଟି ସିରିଜରେ ୬୧ ମ୍ୟାଚ୍ ଖେଳାଯାଉଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫେବ୍ରୁଆରୀ ୯ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିରୁ ସ୍ପଷ୍ଟ ହେବ ଯେ କେଉଁ ଟିମ୍ ଫାଇନାଲରେ ପହଞ୍ଚିବ । ବର୍ତ୍ତମାନ ସମୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଙ୍କ ତାଲିକାରେ ଅଷ୍ଟ୍ରେଲିଆ ୭୫.୫୬ ପ୍ରତିଶତ ସହ ଶୀର୍ଷ ସ୍ଥାନରେ ରହିଛି । ଏହା ପଛରୁ ଭାରତ ୫୮.୯୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହି କାରଣରୁ ଆଗାମୀ ବର୍ଡର ଗାଭାସ୍କର ଟ୍ରଫି ଦୁଇ ଟିମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ସିରିଜର ପରିଣାମ ସ୍ପଷ୍ଟ କରିବ କେଉଁ କେଉଁ ଟିମ ଜୁନ ୭ ଫାଇନାଲ ମ୍ୟାଚ୍ ଖେଳିବେ । ଶ୍ରୀଲଙ୍କା (୫୩.୩୩) ଏବଂ ଦକ୍ଷିଣ ଆଫ୍ରିକା (୪୮.୭୨) ପ୍ରତିଶତ ସହ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ନ୍ୟୁଜିଲାଣ୍ଡ ଡବ୍ଲୁଟିସି ୨୦୨୧ ଫାଇନାଲରେ ଭାରତକୁ ୮ ୱିକେଟରେ ହରାଇଥିଲା । ସାଉଥମ୍ପଟନରେ ଏହି ମୁକାବିଲା ଖେଳା ଯାଇଥିଲା ।

   Related Posts