ଓଭାଲ ପିଚ୍ ରିପୋର୍ଟ: ବୋଲର ଦେଖାଇବେ ଜଲୱା ନା ବ୍ୟାଟର କରିବେ ରନ୍ ବର୍ଷା, କ'ଣ କହୁଛି ଡାଟା ?

Published By : Prameya-News7 Bureau | June 06, 2023 IST

ନୂଆଦିଲ୍ଲୀ: ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଦ ଓଭାଲର ମୈଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ଚାମ୍ପିୟନ ମୁକୁଟ ପିନ୍ଧିବା ପାଇଁ ମୁହାଁମୁହିଁ ହେବେ । କାଗଜରେ ଉଭୟ ଟିମ୍ ବେଶ ଶକ୍ତିଶାଳି ନଜର ଆସୁଛନ୍ତି ଏବଂ ଦୁଇ ଟିମ ପାଖରେ ଷ୍ଟାର ଖେଳାଳିଙ୍କ ଅଭାବ ନାହିଁ । ଏପରିସ୍ଥିତିରେ ମୁକାବିଲାରେ କିଏ ବାଜି ମାରିବ ଆକଳନ କରିବା ସହଜ ନୁହେଁ । କିନ୍ତୁ ଜୁନ ୭ରୁ ୧୨ ଯାଏ ରୋମାଞ୍ଚକର କ୍ରିକେଟ ଦେଖିବାକୁ ମିଳିବା ନିଶ୍ଚିତ ।

ଓଭାଲର ପିଚରେ ବ୍ୟାଟର ସବୁବେଳେ ଭାରି ପଡ଼ନ୍ତି । ଗତ ୧୦ ବର୍ଷରେ ଇଂଲଣ୍ଡର ଅନ୍ୟ ପଡ଼ିଆ ତୁଳନାରେ ଟେଷ୍ଟରେ ସବୁଠୁ ଅଧିକ ରନ ଏହି ମୈଦାନରେ ହିଁ ହୋଇଛି । ତେବେ ଏହା ପ୍ରଥମ ଥର ପାଇଁ ଜୁନରେ ଓଭାଲ ପିଚରେ କୌଣସି ମ୍ୟାଚ୍ ଖେଳାଯିବ । ଏପରିସ୍ଥିତିରେ ପିଚ୍ ପୂରା ଫ୍ରେସ ରହିବ ଏବଂ ମ୍ୟାଚ୍ ଆରମ୍ଭରେ ଦ୍ରୁତ ବୋଲରଙ୍କୁ ଏହାର ଲାଭ ମିଳିବ ।

ପଢନ୍ତୁ: ଡବ୍ଲୁଟିସି ଫାଇନାଲ: ବିରାଟଙ୍କ ପାଖରେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ସମକକ୍ଷ ହେବା ସୁଯୋଗ

ଓଭାଲ ପିଚରେ ଦ୍ରୁତ ବୋଲଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଇଂଲଣ୍ଡର ଏହି ଗ୍ରାଉଣ୍ଡରେ ପ୍ରତି ୫୪ ବଲ କିମ୍ୱା ୩୦ ରନ ପରେ ସାଧାରଣତଃ ଗୋଟିଏ ୱିକେଟ୍ ପଡ଼ିଥାଏ । ପ୍ରଥମ ଦୁଇ ଇନିଂସରେ ଦ୍ରୁତ ବୋଲଙ୍କ ପାଇଁ ପିଚ୍ ଭଲ ରହିଥାଏ । ତୃତୀୟ ଏବଂ ଚତୁର୍ଥ ଇନିଂସରେ ସ୍ମିନ୍ କାମ କରିଥାଏ ।

ଓଭାଲର ପିଚରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ୮୮ ମ୍ୟାଚ୍ ଜିତିଛି । ଅନ୍ୟପଟେ ଟସ ଜିତି ପ୍ରଥମେ ବୋଲିଂ କରିଥିବା ଟିମ୍ ମାତ୍ର ୨୯ ମ୍ୟାଚରେ ବିଜୟୀ ହୋଇଛି । ତେଣୁ ଡବ୍ଲୁଟିସି ଫାଇନାଲରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

Also Read: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ କି ୨ ସ୍ପିନର ? ରୋହିତ ଶର୍ମା କହିଲେ- ସମସ୍ତ ଖେଳାଳି ପ୍ରସ୍ତୁତ ରୁହନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.