ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ, ଲଗାତର ୨ୟ ଥର ପାଇଁ WTC ଫାଇନାଲରେ କଲା ଏଣ୍ଟ୍ରି

13/03/2023 at 2:07 PM

IND vs AUS WTC Final

ଅହମ୍ମଦାବାଦ ୧୩।୦୩ : ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ପୁଣି ଥରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ପ୍ରବେଶ କଲା ଭାରତୀୟ ଟିମ୍‌ । ଲଗାତର ଭାବେ ୨ ଥର ଫାଇନାଲରେ ପ୍ରବେଶ କରିବାରେ ଏକମାତ୍ର ଟିମ୍‌ ସାଜିଛି ଟିମ୍‌ ଇଣ୍ଡିଆ ।

ଅହମ୍ମଦାବାଦ୍‌ରେ ଏବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଚାଲିଛି । ଏସବୁ ମଧ୍ୟରେ ନ୍ୟୁଜିଲାଣ୍ଡରୁ ଆସିଛି ଗୁଡ୍‌ ନ୍ୟୁଜ୍‌ । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି । ଯେଉଁଥିରେ ନ୍ୟୁଜିଲାଣ୍ଡ ୨ ଓ୍ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇଛି । ଯାହାଫଳରେ ଟିମ୍‌ ଇଣ୍ଡିଆ WTC ୨୦୨୩ ଫାଇନାଲକୁ କ୍ୱାଲିଫାଏ କରିଛି ।

ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ । ପୂର୍ବରୁ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌କୁ କ୍ୱାଲିଫାଏ କରିସାରିଥିବା ବେଳେ ଏବେ ଟିମ୍‌ ଇଣ୍ଡିଆ ପ୍ରବେଶ କରିଛି । ଫାଇନାଲ ମ୍ୟାଚ୍‌ ୭ରୁ ୧୧ ଜୁନ୍‌ ମଧ୍ୟରେ ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ଯଦି କୌଣସି କାରଣରୁ ଏହି ମ୍ୟାଚ୍‌ ବାତିଲ ହୁଏ । ତେବେ ଏଥିପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଜୁନ୍‌ ୧୨ ତାରିଖ ଏଥିପାଇଁ ଧାର୍ଯ୍ୟ କରାଯାଇଛି । ଟିମ୍‌ ଇଣ୍ଡିଆ ଲଗାତର ୨ୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ପହଞ୍ଚିଛି । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌ ଭାରତକୁ ହରାଇଥିଲା ।

   Related Posts