Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTC Final : ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ ଟିମ୍‌, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ୩୨୭/୩

8/06/2023 at 8:14 AM

ଇଂଲଣ୍ଡ ୦୮।୦୬ : ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ । ଫାଇନାଲ ମ୍ୟାଚ୍‌ରେ ପ୍ରଥମ ଦିନରେ ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ ଟିମ୍‌ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍‌ ୩ଓ୍ୱିକେଟ୍‌ ହରାଇ ୩୨୭ ରନ୍‌ର ସ୍କୋର କରିଛି ।

 ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ ସର୍ବାଧିକ ୧୪୬ ରନ୍‌ କରିଥିବା ବେଳେ ସ୍ମିଥ୍‌ ୯୫ ରନ୍‌ କରି ଅପରାଜିତ ରହିଛନ୍ତି । ବାକି ଅନ୍ୟ ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ଡେଭିଡ୍‌ ଓ୍ୱାର୍ଣ୍ଣାର ୪୩ , ଲାବୁସେନ୍‌ ୨୬ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି । ଓପନର ଲାବୁସେନ ବିନା ଖୋତା ପ୍ୟାଭିଲିୟନ ଫେରିଛନ୍ତି ।

ସେହିପରି ବୋଲିଂରେ ଭାରତୀୟ ଦଳ ପକ୍ଷରୁ ପାଞ୍ଚ ଜଣ ବୋଲରଙ୍କୁ ପ୍ରୟୋଗ କରାଯାଇଥିଲା । କିନ୍ତୁ ସେତେଟା ସଫଳତା ମିଳିନଥିଲା । ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ମିଳିଥିବା ବେଳେ ଉମେଶ ଯାଦବ ଏବଂ ରବିନ୍ଦ୍ର ଜାଡାଜେଙ୍କୁ କୌଣସି ସଫଳତା ମିଳିପାରିନାହିଁ ।

WTC ଫାଇନାଲରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ବାହିନୀ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପ୍ଲେଇଙ୍ଗ ଇଲେଭେନ୍‌ରେ ସାମିନ କରାଯାଇନାହିଁ । ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଛି ।

ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ଦଳ

ଡେଭିଡ୍ ଓ୍ବାର୍ଣ୍ଣର, ଉସ୍ମାନ ଖ୍ଵାଜା, ମାର୍ନସ ଲାବୁସେନ, ଷ୍ଟିଭ୍ ସ୍ମିଥ୍, ଟ୍ରେଭିସ୍ ହେଡ୍, କ୍ୟାମେରୁନ ଗ୍ରୀନ, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ(ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ ଲିୟନ, ସ୍କଟ୍ ବୋଲାଣ୍ଡ।

   Related Posts