WTC Final : ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ କଙ୍ଗାରୁ ଟିମ୍
7/06/2023 at 2:43 PM

ଇଂଲଣ୍ଡ ୦୭।୦୬ : ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ । ଫାଇନାଲ ମ୍ୟାଚ୍ରେ ଟସ୍ ଜିତିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ କରିଛି ଆମନ୍ତ୍ରଣ । ଯାହାଫଳରେ ଫିଲ୍ଡିଂ କରିବାକୁ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ ।
WTC FINAL. India won the toss and elected to field. https://t.co/0nYl21pwaw #WTC23
— BCCI (@BCCI) June 7, 2023
ତେବେ ଭାରତୀୟ ଟିମ୍ ପ୍ଲେଇଙ୍ଗ ଇଲେଭେନ୍ରୁ ବାଦ୍ ପଡିଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ଜୟଦେବ ଉନାଦକାତ୍, ଇଷାନ୍ କିଷାନ । ପୂର୍ବରୁ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଅଧିନାୟକ ରୋହିତ ଶର୍ମା । ପିଚ୍ ରିପୋର୍ଟକୁ ଦୃଷ୍ଟିରେ ରଖି ଚାରିଜଣ ଦ୍ରୁତ୍ ବୋଲରଙ୍କ ନେଇ ପଡିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମା ।
WTC FINAL. Australia XI: D Warner, T Head, U Khawaja, S Smith, M Labuschagne, C Green, Pat Cummins (c), A Carey (wk), M Starc, N Lyon, S Boland. https://t.co/0nYl21pwaw #WTC23
— BCCI (@BCCI) June 7, 2023
ଭାରତୀୟ ଦଳ-:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍. ଭରତ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ।
ଅଷ୍ଟ୍ରେଲିଆ ଦଳ-: ଡେଭିଡ୍ ଓ୍ୱାର୍ଣ୍ଣର, ଉସମାନ ଖ୍ୱାଜା, ମାରନସ ଲାବୁସେନ, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, କ୍ୟାମେରୁନ୍ ଗ୍ରୀନ୍, ଆଲେକ୍ସ କ୍ୟାରି, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନାଥନ ଲାୟନ, ଷ୍ଟକ ବୋଲାଣ୍ଡ ।
ସୂଚନାଯୋଗ୍ୟ ଯେ, ଐତିହାସିକ ଓଭାଲରେ ଏବେ ଯାଏଁ ୧୦୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବେଳେ ୮୮ ମ୍ୟାଚ୍ ରେ ଟସ୍ ଜିତୁଥିବା କ୍ୟାପଟେନ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଭାରତ ଦ ଓଭାଲ୍ ରେ ୧୪ ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ଦୁଇଟି ଜିତିଥିବା ବେଳେ ୩ ପରାଜୟ ଓ ୭ ମ୍ୟାଚ୍ ଡ୍ର ରଖିଛି। ଶେଷ ଥର ପାଇଁ ୨୦୨୧ରେ ଭାରତ ଏଠାରେ ଇଂଲଣ୍ଡକୁ ୧୫୭ ରନ୍ ରେ ପରାସ୍ତ କରିଥିଲା।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୩୪ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୭ ବିଜୟ, ୧୭ ପରାଜୟ ଓ ୧୪ ମ୍ୟାଚ୍ ଡ୍ର ରଖିଛି। ଶେଷଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ଦ ଓଭାଲ୍ ରେ ଖେଳିଥିଲା। କିନ୍ତୁ ଘରୋଇ ଦଳଠୁ ୧୩୭ ରନ୍ ରେ କଙ୍ଗାରୁ ଦଳ ପରାଜିତ ହୋଇଥିଲା। ୨ ଟିମ୍ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।.