Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTC Final: କେଏସ ଭରତ ନା ଇଶାନ କିଷନ ? କେମିତି ରହିବ ଭାରତର ପ୍ଲେଇଙ୍ଗ୍ XI

6/06/2023 at 11:23 PM

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌(ଡବ୍ଲ୍ୟୁଟିସି)ର ଫାଇନାଲ୍ ମ୍ୟାଚ୍‌କୁ ଆଉ କିଛି ଘଣ୍ଟା ବାକି ରହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଲଣ୍ଡରନ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହେବ ଟାଇଟଲ୍ ମୁକାବିଲା। ଭାରତୀୟ ଦଳ ଲଗାତାର ଦ୍ଵିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି। ୨୦୨୧ ସଂସ୍କରଣର ଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ତେଣୁ ଭାରତୀୟ ଦଳ ନିଜ ତ୍ରୁଟି ସୁଧାରି ନୂତନ ରଣନୀତି ସହ ମଇଦାନକୁ ଓହ୍ଲାଇବ। ଭାରତୀୟ ଦଳର ଚୂଡାନ୍ତ ଏକାଦଶକୁ ନେଇ କିଛି ଦିନ ହେବ ଖୁବ୍ ଚର୍ଚ୍ଚା  ଜାରି ରହିଛି। ତେବେ ଆସନ୍ତୁ  ଜାଣିବା ଫାଇନାଲ୍‌ରେ ଭାରତ କେଉଁ ସମ୍ଭାବିତ ଚୂଡାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇପାରେ ?

ଟାଇଟଲ୍ ମୁକାବିଲାରେ  ଭାରତୀୟ ଦଳର ପକ୍ଷରୁ ଓପନିଂ ଭାର ସମ୍ଭାଳିବେ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଶୁଭମନ ଗିଲ୍। ଏହି ଯୁବ ଉଦୀୟମାନ ବ୍ୟାଟର ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ସେ ଆଇପିଏଲ୍ ୨୦୨୩ରେ ୮୯୦ ରନ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ। ଭାରତୀୟ ଦଳର ନୂତନ ଓ୍ଵାଲ୍ କୁହାଯାଉଥିବା ଚେତେଶ୍ଵର ପୂଜାରା ଏକ ନମ୍ବର ଅର୍ଡରରେ ବ୍ୟାଟିଂ କରିବେ। ମଧ୍ୟକ୍ରମରେ ବ୍ୟାଟିଂ ମଙ୍ଗ ସମ୍ଭାଳିବେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ। ଉଭୟ ଖେଳାଳି ଆଇପିଏଲ୍‌ରେ ଦମଦାର ଫର୍ମରେ ନଜର ଆସିଥିଲେ।

ତେବେ କେଏସ ଭରତ ଏବଂ ଇଶାନ କିଷନ ମଧ୍ୟରୁ କାହାକୁ ଓ୍ଵିକେଟ୍ କିପର ଭାବେ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ୍ କରାଯିବ ମ୍ୟାନେଜମେଣ୍ଟ ଉପରେ ସଭିଙ୍କ ନଜର ରହିଛି । ୩ଟି ଟେଷ୍ଟ ଖେଳିଥିବା ଭରତ ପୂର୍ବରୁ ବ୍ୟାଟିଂରେ କମାଲ୍‌ କରିନଥିଲେ ସୁଦ୍ଧା ଓ୍ବିକେଟ୍‌ କିପିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେହିଭଳି ଇଶାନ କିଷନ ଟେଷ୍ଟ ଡେବ୍ୟୁ କରିନାହାନ୍ତି ସତ କିନ୍ତୁ ପନ୍ତଙ୍କ ଭଳି ବିସ୍ଫୋରକ ଇନିଂସ ଖେଳିବାର କ୍ଷମତା ରଖିଛନ୍ତି ।

Australia vs India WTC Final 2023 Team India Performance At Oval Ground :  Good news for India ahead of WTC Final; Team India has dominated the Oval  ground, the final…

ଭରାତୀୟ ଦଳ ୨ ସ୍ପିନ୍‌ ଅଲରାଉଣ୍ଡର ଓ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇ ପାରେ । ସେପରି ଦେଖିଲେ ସ୍ପିନ୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଓଭାଲ ପିଚ୍‌ ଡ୍ରାଏ ରୁହେ ତେବେ ଅଶ୍ଵିନଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ । ପେସ୍‌ ଆଟାକ୍‌ ମୁଖ୍ୟତଃ ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମେଶ ଯାଦବଙ୍କ କାନ୍ଧରେ ରହିବ । 

ସମ୍ଭାବ୍ୟ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଇଶାନ କିଷନ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମେଶ ଯାଦବ।

ଏ ଖବର ପଢନ୍ତୁ- ଓଭାଲ ପିଚ୍ ରିପୋର୍ଟ: ବୋଲର ଦେଖାଇବେ ଜଲୱା ନା ବ୍ୟାଟର କରିବେ ରନ୍ ବର୍ଷା, କ’ଣ କହୁଛି ଡାଟା ?

   Related Posts