WTC Final : ଓଭାଲ୍ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ଟସ୍ ନେଇପାରେ ନିର୍ଣ୍ଣାୟକ ଭୂମିକା
7/06/2023 at 7:57 AM

ଇଂଲଣ୍ଡ ୦୭।୦୬ : ଲଣ୍ଡନର ଦ ଓଭାଲ୍ ରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନ୍ ସିପ୍ ଫାଇନାଲ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଐତିହାସିକ ଓଭାଲ୍ ରେ ଏ ପର୍ଯ୍ୟନ୍ତ ୧୦୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବେଳେ ୮୮ ମ୍ୟାଚ୍ ରେ ଟସ୍ ଜିତୁଥିବା କ୍ୟାପଟେନ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
📽️ Oval Diaries ft. #TeamIndia 🏏#WTC23 pic.twitter.com/KM4fL8DgKj
— BCCI (@BCCI) June 6, 2023
ଭାରତ ଦ ଓଭାଲ୍ ରେ ୧୪ ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ଦୁଇଟି ଜିତିଥିବା ବେଳେ ୩ ପରାଜୟ ଓ ୭ ମ୍ୟାଚ୍ ଡ୍ର ରଖିଛି। ଶେଷ ଥର ପାଇଁ ୨୦୨୧ରେ ଭାରତ ଏଠାରେ ଇଂଲଣ୍ଡକୁ ୧୫୭ ରନ୍ ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୩୪ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୭ ବିଜୟ, ୧୭ ପରାଜୟ ଓ ୧୪ ମ୍ୟାଚ୍ ଡ୍ର ରଖିଛି। ଶେଷଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ଦ ଓଭାଲ୍ ରେ ଖେଳିଥିଲା। କିନ୍ତୁ ଘରୋଇ ଦଳଠୁ ୧୩୭ ରନ୍ ରେ କଙ୍ଗାରୁ ଦଳ ପରାଜିତ ହୋଇଥିଲା। ରୋହିଲ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଉଥିବା ବେଳେ ଅଷ୍ଟ୍ରେଲିଆ ଟିମ୍ ର ନେତୃତ୍ବ ନେଉଛନ୍ତି ପ୍ୟାଟ୍ କମିନ୍ସ। ୨ ଟିମ୍ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।
Lights 💡
— BCCI (@BCCI) June 5, 2023
Camera 📸
Headshots ✅#TeamIndia | #WTC23 pic.twitter.com/9G34bFfg78
ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍. ଭରତ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ ଓ ଇଶାନ କିଷନ।
ଷ୍ଟାଣ୍ଡବାଏ କ୍ରିକେଟର : ଯଶସ୍ଵୀ ଜୟସଓ୍ଵାଲ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବ
You Can Read :