WTC Final : ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ଟଙ୍କା ?

Published By : Prameya-News7 Bureau | June 13, 2023 IST

ମୁମ୍ବାଇ ୧୩।୦୬ : ସରିଛି WTC ଫାଇନାଲ ମ୍ୟାଚ୍ । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଏହି ଫାଇନାଲ ମ୍ୟାଚରେ ବାଜି ମାରିଛି କଙ୍ଗାରୁ ଟିମ୍। ଭାରତକୁ ୨୦୯ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ଟିମ୍ । ଭାରତୀୟ ଟିମ୍ ଲଗାତର ଭାବେ ଦୁଇ ଥର ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିସିପ୍ ରନର୍ସଅପ୍ ହୋଇଛି । ୨୦୨୧ରେ ନ୍ୟୁଜିଲାଣ୍ଡଠୁ ହାରିଥିଲା ଫାଇନାଲ ମ୍ୟାଚ୍ । ତେବେ WTC ଟୁର୍ଣ୍ଣାମେଣ୍ଟ ଶେଷ ପରେ କେଉଁ ଦଳକୁ କେତେ ଟଙ୍କାର ପୁରସ୍କାର ମିଳିଛି ଜାଣିଛନ୍ତି କି ? ଆସନ୍ତୁ ଜାଣିବା....

wp:html /wp:html

୨୦୨୧-୨୩ରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ମୋଟ୍ ପୁରସ୍କାର ରାଶି ପ୍ରାୟ ୩୧.୪ କୋଟି ଟଙ୍କା ରହିଥିଲା । ଏହି ପୁରସ୍କାର ରାଶିକୁ ୯ଟି ଟିମ୍ ମଧ୍ୟରେ ବଣ୍ଟାଯାଇଛି । ପ୍ରଥମେ ଚମ୍ପିଆନ୍ ଟିମ୍‌କୁ ୧୩.୬ କୋଟି ମିଳିଥିବା ବେଳେ ରନର୍ସଅପ୍ ଦଳକୁ ୬.୬ କୋଟି ଟଙ୍କା ମିଳିଛି । ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ଟ୍ରଫି ସହ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

wp:embed {"url":"https://www.prameyanews7.com/team-india-sinks-against-australia-due-to-these-5-reasons/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-sinks-against-australia-due-to-these-5-reasons/
/wp:embed

ସେହିପରି ତୃତୀୟ ସ୍ଥାନରେ ଥିବା ଟିମ୍ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମକୁ ୩.୫ କୋଟି ଟଙ୍କା, ଚତୁର୍ଥରେ ଥିବା ଇଂଲଣ୍ଡକୁ ୨.୮ କୋଟି ଟଙ୍କା ଲେଖାଏଁ  ମିଳିଛି । ପଞ୍ଚମ ସ୍ଥାନରେ ଥିବା ଶ୍ରୀଲଙ୍କା ଟିମକୁ ମୋଟ୍ ୧.୬ କୋଟି ଟଙ୍କା ମିଳିଛି । ଏହାପରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶକୁ ୮୨ ଲକ୍ଷ ଲେଖାଏଁ ମିଳିଛି । ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ୨୦୧୯-୨୧ର ପୁରସ୍କାର ରାଶି ମଧ୍ୟ ସମାନ ରହିଥିଲା । ଦ୍ୱିତୀୟ ସଂସ୍କରଣରେ ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ପ୍ରାଇଜ୍ ମନିରେ କୌଣସି ପରିବର୍ତ୍ତନ କରିନାହିଁ ।

wp:embed {"url":"https://www.prameyanews7.com/ravi-shastri-reaction-on-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ravi-shastri-reaction-on-dhoni/
/wp:embed

୨୦୧୯ରେ ଆରମ୍ଭ ହୋଇଥିଲେ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ । ପ୍ରଥମ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ୨୦୨୧ରେ ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ଟିମ୍ ଚମ୍ପିଆନ୍ ହୋଇଥିଲା । ଭାରତୀୟ ଟିମ୍ ଏହି ସଂସ୍କରଣରେ ରନର୍ସଅପ୍ ହୋଇଥିଲା । ଆଉ ଏବେ ୨ୟ ସଂସ୍କରଣରେ ବି ଟିମ୍ ଇଣ୍ଡିଆ ଉପ-ବିଜେତା ହୋଇଛି । ଆଉ ଅଷ୍ଟ୍ରେଲିଆ ଟିମ୍ ହୋଇଛି ଚମ୍ପିଆନ୍ ।

You Can Read :

wp:embed {"url":"https://www.prameyanews7.com/prabhudheva-and-wife-himani-singh-welcome-baby-girl/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prabhudheva-and-wife-himani-singh-welcome-baby-girl/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.