ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

WTC 2023 ଫାଇନାଲ୍: ଓଭାଲର ମଇଦାନ, ସାମ୍ନାରେ ଅଷ୍ଟ୍ରେଲିଆ, ଭାରତର ଖରାପ ରେକର୍ଡ

14/03/2023 at 5:37 PM

ନୂଆଦିଲ୍ଲୀ: ଭାରତୀୟ ଦଳ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଛି। ଏବେ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ଏହି ମହାମୁକାବିଲା ଜୁନ ୭ରୁ ଜୁନ ୧୧ ମଧ୍ୟର ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫିରେ କଙ୍ଗାରୁ ଦଳକୁ ୨-୧ରେ ହରାଇବା ଏବଂ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ହରାଇବା ପରେ ଭାରତ ଡବ୍ଲ୍ୟୁଟିସିର ଫାଇନାଲ୍‌ରେ ପ୍ରବେଶ କରିବାର ସହଜ ହୋଇଛି।

ଭାରତୀୟ ଦଳ ଏକମାତ୍ର ଟିମ୍ ଯିଏ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପହଞ୍ଚିଛି। ଡବ୍ଲ୍ୟୁଟିସିର ପ୍ରଥମ ସଂସ୍କରଣର ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ନ୍ୟୁଜିଲାଣ୍ଡ।ଉକ୍ତ ମ୍ୟାଚ୍‌କୁ ଜିତି ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା। ତେବେ ଏଥର ଫାଇନାଲ୍ ଜିତି ଭାରତ ନିଜର ରେକର୍ଡ ସୁଧାରିବାକୁ ଚେଷ୍ଟା କରିବ।

ତେବେ ଭାରତ ପାଇଁ ଅନେକ ଆହ୍ଵାନପୂର୍ଣ୍ଣ ସ୍ଥିତି ରହିଛି, ଯାହା ଉପରେ ଦଳକୁ ବିଶେଷ ଧ୍ୟାନ ଦେବାକୁ ପଡିବ।

ଓଭାଲ ମଇଦାନରେ ଭାରତର ରେକର୍ଡ ଖରାପ

ଲଣ୍ଡନର ଯେଉଁ ଓଭାଲ ପଡିଆରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା ଖେଳାଯିବ, ସେଠାରେ ଭାରତୀୟ ଦଳର ରେକର୍ଡ ଭଲ ନୁହେଁ। ଭାରତ ଏହି ମଇଦାନରେ ମୋଟ୍ ୧୪ଟି ଟେଷ୍ଟ ଖେଳିଛି। ଏଥିରୁ ୨ଟି ଜିତିଥିବା ବେଳେ ୫ଟି ମ୍ୟାଚ୍‌ରେ ପରାଜିତ ହୋଇଛି ଏବଂ ୭ଟି ମ୍ୟାଚ୍ ଡ୍ର ରହିଛି।

ଆଶ୍ଵସ୍ତିକର ବିଷୟ ଭାରତ ଏହି ପଡିଆରେ ଖେଳିଥିବା ନିଜର ଶେଷ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡକୁ ହରାଇଥିଲା। ସେହି ସମୟରେ ଦଳର ଅଧିନାୟକ ଥିଲେ ବିରାଟ କୋହଲି। ଆଉ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଉକ୍ତ ମ୍ୟାଚ୍‌ରେ ୧୨୭ ରନର ଶତକୀୟ ଇନିଂସ ଖେଳିଥିଲେ। ଯଦି ଏହି ମଇଦାନରେ ଅଷ୍ଟ୍ରେଲିଆର ରେକର୍ଡ ଉପରେ ନଜର ପକାଇବା ତେବେ ଦଳ ୩୮ଟି ଖେଳି ସାତୋଟି ଜିତିଥିବା ବେଳେ ୧୭ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି।

ଭାରତ ବନାମ ଅଷ୍ଟ୍ରେଲିଆ

ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆର ଭିନ୍ନ ଅବତାର ଦେଖିବାକୁ ମିଳିଥାଏ। ଆଉ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ଯଦି ଦୁଇ ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ଆଲୋଚନା କରାଯାଏ ତେବେ ସର୍ବପ୍ରଥମେ ୨୦୦୩ ବିଶ୍ଵକପ୍‌ର ଫାଇନାଲ୍‌ ମ୍ୟାଚ୍ ଆଖି ଆଗରେ ଝଲସି ଉଠେ। ଉକ୍ତ ମୁକାବିଲାରେ ଭାରତ କଙ୍ଗାରୁ ହାତରୁ ୧୨୫ ରନରେ ପରାସ୍ତ ହୋଇଥିଲା।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୫୯ ରନର ବିଶାଳ ସ୍କୋର କରିଥିଲା। ଅଧିନାୟକ ରିକି ପଣ୍ଟିଂ ୧୪୦ ରନର ଦମଦାର ଇନିଂସ ଖେଳିଥିଲେ। ଜବାବରେ ଭାରତୀୟ ଦଳ ୨୩୪ ରନରେ ଅଲଆଉଟ୍ ହୋଇଥିଲା। ଏବେ ପୁଣି ଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ସାମ୍ନା ସାମ୍ନି ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ଭାରତୀୟ ଦଳ ୨୦ ବର୍ଷର ପୁରୁଣା ପ୍ରତିଶୋଧ ନେବାକୁ ନିଶ୍ଚିତ ରୂପେ ଚେଷ୍ଟା କରିବ।

ଆଇସିସି ଇଭେଣ୍ଟରେ ଖରାପ ରେକର୍ଡ

ଭାରତୀୟ ଦଳ ଗତ ୧୦ ବର୍ଷ ହେବ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ଦଳ ଶେଷ ଥର ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ସେ ଟିପ-୨୦ ହେଉ କି ଦିନିକିଆ ବିଶ୍ଵ କପ୍ ଏହା ପରଠୁ ଭାରତୀୟ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟରେ କେବଳ ନିରାଶ ହେବାକୁ ପଡିଛି। ଏପରିକି ଚାମ୍ପିଅନ୍ସ ଟ୍ରଫି ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ଵକପ୍‌ରେ ଭାରତ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଦଳ ଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ପାକିସ୍ତାନ ହାତରୁ ପରାଜିତ ହୋଇଥିଲା। ସେହିପରି ୨୦୧୬ ଏବଂ ୨୦୨୨ ଟି-୨୦ ବିଶ୍ଵକପ୍‌ରେ ଦଳ ସେମି ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା।

ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ରେକର୍ଡ

ମୋଟ୍ ମ୍ୟାଚ୍ ୧୦୬

ଭାରତ ଜିତିଛି- ୩୨

ଅଷ୍ଟ୍ରେଲିଆ ଜିତିଛି- ୪୪

ଡ୍ର- ୪୪

ଟାଇ- ୧

   Related Posts