ଭୁଲ ଟୀକାକରଣ ନେଲା ଶିଶୁର ଜୀବନ
25/05/2018 at 5:46 AM

ଟୀକାକରଣରେ ତୃଟି ନେଇ ଦେଢ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ । ନୀଳଗିରି ମର୍ଦ୍ଦରାଜପୁର ଗାଁରେ ଭୁଲ ଟୀକାକରଣ ପାଇଁ ଦେଡ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକ । ଗାଁରେ ଥିବା ଏକ ଅଙ୍ଗନବାଡିରେ ଶିଶୁମାନଙ୍କ ପାଇଁ ଟୀକାକରଣ କରାଯାଉଥିବା ବେଳେ ସମୟରେ ପରମେଶ୍ବର ମହାପାତ୍ରଙ୍କ ଦେଢ ବର୍ଷର ଶିଶୁ କନ୍ୟାକୁ ଟୀକା ଦିଆଯାଇଥିଲା । ତେବେ ଟୀକା ନେବା ପରେ ଶିଶୁଟି ହଠାତ ସେ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକ ତାକୁ ବାଲେଶ୍ବର ଡାକ୍ତରଖାନା ନେବା ବେଳେତ ତାର ମୃତ୍ୟୁ ହୋଇଛି । ଶିଶୁଟିର ଶବ ବ୍ୟବଚ୍ଛେଦ ହେବା ପରେ ଶିଶୁଟିର ବାପା ଘଟଣା ନେଇ ସ୍ବାସ୍ଥ୍ୟ କର୍ମୀଙ୍କ ନାଁରେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023
ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ
20 March 2023