କିଡନୀ ରୋଗୀଙ୍କ ସାଲାଇନ୍ ପେଟ ଯନ୍ତ୍ରଣା ରୋଗୀଙ୍କୁ ଦେଇଦେଲେ ନର୍ସ, ଅଭିଯୋଗ କରିବାରୁ ଓଲଟା କଲେ ଯୁକ୍ତି

Published By : Prameya-News7 Bureau | November 01, 2021 IST

ବଲାଙ୍ଗୀର ୧।୧୧: ବଦଳିଗଲା ସାଲାଇନ୍ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ କିଡନୀ ରୋଗୀଙ୍କ ସାଲାଇନ ପେଟ ରୋଗୀଙ୍କୁ ଦେଇଦେଲେ ନର୍ସ । ବଲାଙ୍ଗୀର କଲେଜ ହସ୍ପିଟାଲର ମେଲ ମେଡ଼ିସିନ ୱାର୍ଡରେ ଘଟିଛି ଏଭଳି ଘଟଣା ।

ବଙ୍ଗୋମୁଣ୍ଡା ବ୍ଲକର ହରି ମହାନନ୍ଦ ଗତ ୨୭ ତାରିଖଠୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଜଣେ କିଡନୀ ରୋଗୀ । ଦୀର୍ଘ ୨ ବର୍ଷ ଧରି ରୋଗରେ ପୀଡିତ । ସୋମବାର ଦିନ ତାଙ୍କୁ ସାଲାଇନ ଦେବା ବଦଳରେ ସଇଁନ୍ତଳାରୁ ଆସିଥିବା ପେଟରେ ଯନ୍ତ୍ରଣା ଅନୁଭବ କରି ଚିକିତ୍ସା ପାଇଁ ଆସିଥିବା ରୋଗୀ ଖେଡୁ ସାମଲଙ୍କୁ ଦେଇଥିଲେ ନର୍ସ ।

ଏହାକୁ ନେଇ ପରିବାର ଲୋକ ଅଭିଯୋଗ କରିବାରୁ ତାଙ୍କୁ ଗାଳି କରିବା ସହ ସେଠାରୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଫେରାର ମାରିଥିଲେ। ତେବେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପରିବାର ଲୋକ କହିଛନ୍ତି ।  ତେବେ କିଭଳି ଭାବରେ ଏଭଳି ଭୁଲ ହେଲା, ନର୍ସ କାହିଁକି ଏଭଳି ଅଧା ଥିବା ସାଲାଇନ ଦେଲେ ତାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.