ଟିଟାନାଶ ବଦଳରେ ଫୋଡିଦେଲେ କୁକୁର କାମୁଡା ଇଂଜେକସନ, ହସ୍ପିଟାଲରେ ଉତ୍ତେଜନା

Published By : Prameya-News7 Bureau | December 16, 2022 IST

ନୀଳଗିରି ୧୬/୧୨: ଟିଟାନାସ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ଦେଲେ ନର୍ସ। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗଣେସ୍ୱର ସେଠିଙ୍କ ୧୨ ବର୍ଷର ପୁଅ ହାତ କାଟିବା ପରେ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଏଭଳି ଘଟଣା ଘଟିଛି ।

ସୂଚନାନୁଯାୟୀ, ଛୋଟ କାନପୁର ଗଣେସ୍ୱର ସେଠିଙ୍କ ୧୨ ବର୍ଷର ପୁଅr ହାତ କାଟିହୋଇଥିବା ଯୋଗୁଁ ଶୁକ୍ରବାର ସକାଳେ ହସ୍ପିଟାଲ ଆସି ଟିକେଟ କାଟି ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଫାର୍ମାସିଷ୍ଟ ଟିଟାନାଶ ନଦେଇ କୁକୁର କାମୁଡା ଇଞ୍ଜେକ୍ସନ ଦେଇ ଦେଇଥିଲେ। ପରେ ଭୁଲ ବୁଝି ତାଙ୍କ ଠାରୁ ପୁରୁଣା ପ୍ରେସକ୍ରିପସନ ଛଡାଇ ନେଇ ନୂଆ ପ୍ରେସକ୍ରିପସନ କରିଥିଲେ। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଛି। ତେବେ ଶିଶୁ ବିଶେଷଜ୍ଞ ଭ୍ୟାକ୍ସିନ କିଛି ଖରାପ କରିବନି ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.