ଆନ୍ଦୋଳନରତ ରେସଲରଙ୍କ ବିରୋଧରେ ଥାନାରେ ମାମଲା ଦେବ WFI
20/01/2023 at 7:14 PM

ନୂଆଦିଲ୍ଲୀ: ଆନ୍ଦୋଳନରତ ରେସଲରଙ୍କ ବିରୋଧରେ ଥାନାରେ ମାମଲା କରିବ ଭାରତୀୟ କୁସ୍ତି ସଂଘ(WFI)। ଏହି ମାମଲା ଅନ୍ୟ ଏକ ଘଟଣାକୁ ନେଇ ହେବ ବୋଲି ସୂଚନା ମିଳିଛି।
ଖବର ଅନୁସାରେ WFI ଅଧ୍ୟକ୍ଷଙ୍କ ସଂସଦୀୟ କ୍ଷେତ୍ର ଗୋଣ୍ଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଜଣେ ରେସଲରଙ୍କୁ ଆନ୍ଦୋନରତ ରେସଲର ମିଥ୍ୟ ସୂଚନା ଦେଇ ଭୁଆଁ ବୁଲାଇଛନ୍ତି। ଏହି ଅଭିଯୋଗରେ WFI ରେସରଲମାନଙ୍କ ନାଁରେ ଥାନାରେ ମାମଲା କରିବ ବୋଲି ସୂଚନା ମିଳିଛି।
ବିରୋଧୀ ରେସଲରମାନେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ରେସଲରଙ୍କୁ ମିଛ କହିଥିଲେ। ଗୋଣ୍ଡାରେ ହେବାକୁ ଥିବା କାର୍ଯ୍ୟକ୍ରମ ରଦ୍ଦ ହୋଇଯାଇଛି ବୋଲି ଆନ୍ଦୋଳନରତ ରେସଲମାନେ ମିଛ କହିଥିଲେ।
ସୂଚନା ଥାଉକି ଜାନୁଆରୀ ୨୦-୨୩ ପର୍ଯ୍ୟନ୍ତ ଗୋଣ୍ଡାରେ ସିନିୟର ଓପନ ନ୍ୟାସ୍ନାଲ ରାଙ୍କିଂ ଚାମ୍ପିୟନ୍ସିପ୍ ଆୟୋଜିତ ହେବାର ଥିଲା। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ରେସଲର ଜଣକ ଆସିଥିଲେ। ହେଲେ ଆନ୍ଦୋଳନରତ ରେସଲର ତାଙ୍କୁ କାର୍ଯ୍ୟକ୍ରମ ରଦ୍ଦ ହୋଇଯାଇଛି ବୋଲି ମିଛ କହି ଭୂଆଁ ବୁଲାଇଥିଲେ ବୋଲି WFI ଅଭିଯୋଗ କରିଛି।
ସୂଚନା ଥାଉକି ବ୍ରିଜ ଭୂଷଣ ଶରଣ ସିଂହ ଉତ୍ତର ପ୍ରଦେଶର ଗୋଣ୍ଡାରୁ ବିଜେପି ସାଂସଦ ଭାବେ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପୁଅ ପ୍ରତୀଖ ଭୂଷଣ ସିଂହ ଗୋଣ୍ଡା ସଦରରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇସାରିଛନ୍ତି। ସେହିପରି ଶରଣ ସିଂହଙ୍କ ପତ୍ନୀ କେତକୀ ଦେବୀ ସିଂହ ଗୋଣ୍ଡା ଜିଲ୍ଲା ପଞ୍ଚାୟତକୁ ପ୍ରତିନିଧିତ୍ୱ କରୁଛନ୍ତି।
କହି ରଖୁଛୁ ଯେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନରତ ରେସଲର। ଯାହାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ନେତା। ମାମଲାରେ କ୍ରୀଡ଼ାମନ୍ତ୍ରାଳୟ ମଧ୍ୟ ରେସଲରଙ୍କୁ ଭେଟି ଆଲୋଚନା କରି ସାରିଛି।