Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, ଟ୍ବିଟ୍ କରି ଆମନ୍ତ୍ରଣ କଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

7/06/2023 at 9:57 AM

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲାରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି ଆମନ୍ତ୍ରଣ କରିଛନ୍ତି । କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ଚର୍ଚ୍ଚା କରିବାକୁ ସରକାର ରାଜି ହୋଇଛନ୍ତି ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ସାକ୍ଷାତ କରି ଏବାବଦରେ ଆଲୋଚନା କରିଥିଲେ କୁସ୍ତିଯୋଦ୍ଧା । ଏହାର ଠିକ୍ ଗୋଟିଏ ଦିନ ପରେ ସାକ୍ଷୀ ମଲ୍ଲିକ୍, ବଜରଙ୍ଗ ପୁନିଆ ଓ ବିନେଶ ଫୋଗାତ୍ ନିଜ ନିଜ ଚାକିରିରେ ପୁଣି ଥରେ ଯୋଗ ଦୋଇଛନ୍ତି ।  

ବିଜେପି ସାଂସଦ ତଥା କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ସମସ୍ତ କୁସ୍ତିଯୋଦ୍ଧା ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଅଭିଯୋଗକୁ ନେଇ ଖେଳ ମନ୍ତ୍ରୀ ପୁଣି ଥରେ ଆଲୋଚନା କରିବାକୁ ଆମନ୍ତ୍ରଣ କରିଛନ୍ତି । ୧୮ ଜାନୁଆରୀରେ  ସାଂସଦ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲା କୁସ୍ତିଯୋଦ୍ଧା ମହସଂଘ ।

୧୯ ଜାନୁଆରୀରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କ ସହିତ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ହେଲେ ନ୍ୟାୟ ନମିଳିବାରୁ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ୨୩ ଅପ୍ରେଲରୁ ୨୮ ମେ’ ପର୍ଯ୍ୟନ୍ତ ଧାରଣ ଦେଇଥିଲେ । ୨୮ ମେ’ରେ ନୂଆ ସାଂସଦ ଭବନ ଉଦଘାଟନ ବେଳେ କୁସ୍ତିଯୋଦ୍ଧଙ୍କୁ ଧାରଣାରୁ ହଟାଇ ଦିଆଯାଇଥିଲା ।

କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧରରେ ଦିଲ୍ଲୀ ପୋଲିସ ମମାଲା ରୁଜୁ କରି ତଦନ୍ତ କରୁଛି । ଏଥିରେ POCSO ଆକ୍ଟ ମଧ୍ୟ ଲାଗିଛି । ଏହି ଘଟଣାରେ ପୋଲିସ ବ୍ରିଜଭୂଷଣଙ୍କ ପରିବାର ସମେତ ସମ୍ପର୍କୀୟ ତଥା ୨ଶହ ଜଣଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି ।

   Related Posts