ଜନ୍ତରମନ୍ତରରେ ରେସ୍ଲର ପାଳିଲେ କଳା ଦିବସ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 11, 2023 IST

ନୂଆଦିଲ୍ଲୀ ୧୧।୫: ରେସ୍ଲିଂ ଫେଡେରେସନ ଇଣ୍ଡିଆ (ଡବ୍ଲୁଏଫଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ରେସ୍ଲରଙ୍କ ଆନ୍ଦୋଳନ ଗୁରୁବାର ମଧ୍ୟ ଜାରି ରହିଛି। ତେବେ ରେସ୍ଲରମାନେ ଆଜି ଦିନଟିକୁ ‘କଳା ଦିବସ’ ରୂପେ ପାଳନ କରିଛନ୍ତି। ରେସ୍ଲରମାନେ କଳାପଟି ବାନ୍ଧି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନ କରୁଥିବା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ, ସଙ୍ଗୀତା ଫୋଗାଟ ଓ ଅନ୍ୟ ରେସ୍ଲରମାନେ ମୁଣ୍ଡ ଓ ହାତରେ କଳାପଟି ବାନ୍ଧି ସରକାରଙ୍କ ବିରୋଧ କରିଛନ୍ତି।

{"id":784897,"sizeSlug":"full","linkDestination":"none"}

ରେସ୍ଲରମାନେ ଡବ୍ଲୁଏଫଆଇ ଅଧ୍ୟକ୍ଷଙ୍କ ଗିରଫ ଦାବି କରୁଛନ୍ତି। ଏ ସମ୍ପର୍କରେ ବଜରଙ୍ଗ ପୁନିଆ କହିଛନ୍ତି ଯେ ଆଜି ଆମେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କଳା ଦିବସ ପାଳନ କରୁଛୁ। ତେବେ ଦେଶବାସୀଙ୍କୁ ନିବେଦନ ସେମାନେ ଏଠାକୁ ଆସନ୍ତୁ ଓ ଯୋଗ ଦିଅନ୍ତୁ। ସତ୍ୟର ଏହି ଲଢେଇରେ ଦେଶବାସୀ ଆମକୁ ସାଥ ଦିଅନ୍ତୁ। ସେହିପରି ଭିନେଶ ଫୋଗାଟ ମାମଲା ହାଇକୋର୍ଟରେ ଚାଲୁଥିବା କହିଛନ୍ତି। ତେବେ ଏହା ଖୁବ୍ ମନ୍ଥର ହେଉଛି। ଆମକୁ ନ୍ୟାୟ ଦରକାର ଓ ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକେ ଆମ ଲଢେଇରେ ସାଥ ଦିଅନ୍ତୁ।

{"id":784898,"sizeSlug":"full","linkDestination":"none"}

ଏଣୁ ଭିନେଶ ଫୋଗାଟ ପୁରା ଦେଶକୁ ଅପିଲ କରିଛନ୍ତି ଆମ ସାଙ୍ଗରେ ଆସନ୍ତୁ। ଝିଅମାନେ ଜାଣି ପାରୁଥିବେ ଆମେ ଏଠାରେ କାହିଁକି ବସିଛୁ। ଏଥିରେ ଯେଉଁମାନେ ବ୍ରଜଭୂଷଣଙ୍କୁ ସମର୍ଥନ କରୁଛନ୍ତି ଭିନେଶ ସେମାନଙ୍କ ଘରେ ଝିଅ, ବୋହୂ ନଥିବେ ନଚେତ ମହିଳାଙ୍କ ପ୍ରତି ସେମାନଙ୍କର ସମ୍ମାନ ନାହିଁ ବୋଲି କହିଛନ୍ତି। ତେବେ ଏହା ପୂର୍ବରୁ ଗ୍ରେଟ ଖଲ୍ଲି ଜନ୍ତରମନ୍ତରରେ ରେସ୍ଲରମାନଙ୍କର ଆନ୍ଦୋଳନକୁ ରାଜନୀତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.