ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲା; ବ୍ରିଜ୍ ଭୂଷଣଙ୍କ ୧୨ ସମ୍ପର୍କୀୟଙ୍କ ବୟାନ ରେକର୍ଡ

Published By : Prameya-News7 Bureau | June 06, 2023 IST

ନୁଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲାରେ କୁସ୍ତିଯୋଦ୍ଧା ମହାସଂଘ ଅଧ୍ୟକ୍ଷଙ୍କ ଘରେ ଦିଲ୍ଲୀ ପୋଲିସ । ବ୍ରିଜ୍ ଭୂଷଣଙ୍କ ୧୨ଜଣ ସମ୍ପର୍କୀୟଙ୍କୁ ଏସଆଇଟି ଟିମ୍ ପଚରାଉଚରା କରିବା ସହିକ ବୟାନ ରେକର୍ଡ କରିଛି । ଏମାନଙ୍କ ମଧ୍ୟରେ ସାସଂଦ ବ୍ରିଜ୍ ଭୂଷଣଙ୍କ ପରିବାର ଲୋକ, ସହଯୋଗୀ ଓ ସୁରକ୍ଷାକର୍ମୀ ଓ ଡ୍ରାଇଭର ରହିଛନ୍ତି ।

wp:embed {"url":"https://www.prameyanews7.com/bajrang-punia-vinesh-phogat-and-sakshi-malik-returned-to-railway-jobs-refused-to-withdraw-from-the-movement/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bajrang-punia-vinesh-phogat-and-sakshi-malik-returned-to-railway-jobs-refused-to-withdraw-from-the-movement/
/wp:embed

ରବିବାର ବିଳମ୍ବିତ ରାତ୍ରୀରେ ଏସଆଇଟି ଟିମ୍ ସାଂସଦ ବ୍ରିଜ୍ ଭୂଷଣଙ୍କ ପୈତୃକ ଘରେ ପହଞ୍ଚିଥିଲା । ଯାଞ୍ଚ ଟିମ୍ ଗୋଣ୍ଡାରୁ କିଛି ଲୋକଙ୍କ ନାଁ, ଠିକଣା, ମୋବାଇଲ ନମ୍ବର ସହିତ ପରିଚୟ ପତ୍ର ପ୍ରମାଣ ଭାବେ ଏକତ୍ର କରିଛି । ପୂର୍ବରୁ ଦିଲ୍ଲୀ ପୋଲିସର ଏସଆଇଟି ଟିମ୍ ଏହି ମାମଲାରେ ୧୨୫ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିଲା । ଏବେ ଏହି ସଂଖ୍ୟା ୧୩୭ରେ ପହଞ୍ଚିଛି । ସେହିପରି ବିଦେଶରେ କୁସ୍ତି ପ୍ରତିଯୋଗୀତା ସମୟରେ ସଂସାଦଙ୍କ ଉପରେ ଲାଗିଥିବା ଅଭିଯୋଗର ମଧ୍ୟ ଯାଞ୍ଚ ହେବ । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସତ୍ତ୍ବେ ଏଯାଏଁ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣଙ୍କୁ ଗିରଫ କରି ନାହିଁ ପୋଲିସ ।

wp:embed {"url":"https://www.prameyanews7.com/team-india-gets-practice-in-full-swing-as-day-of-judgment-nears/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-gets-practice-in-full-swing-as-day-of-judgment-nears/
/wp:embed

ଅନ୍ୟପଟେ ସୋମବାର କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ୍ ଧାରଣାରୁ ନିଜକୁ ଦୂରେଇ ନେଥିଲେ । ଉତ୍ତର ରେଲଓ୍ବେର ନିଜ ଚାକିରିରେ ଯୋଗ ଦେଇଥିଲେ । ଏହାକୁ ନେଇ କୁସ୍ତିସଂଘ ଦୁଇ ଫାଳ ହୋଇଥିବା ଖବର ସାମ୍ନାରୁ ଆସିଥିଲା । ହେଲେ ଏଭଳି ଖବରକୁ କୁସ୍ତିଯୋଦ୍ଧାମାନେ ଖଣ୍ଡନ କରିଛନ୍ତି । ଏହି ଆନ୍ଦୋଳନ ଆଗକୁ ଜାରି ରହିବ ଯେପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ନମିଛି ବୋଲି କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.