ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା: କମିବ ତାପମାତ୍ରା
  • ||
  • ରାହୁଲ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା; କହିଲେ, ଭୀରୁଙ୍କ ପାଖରେ ମଥାନତ କରିବା ଆମ ରକ୍ତରେ ନାହିଁ
  • ||
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||

ଆଲିସା ହେଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୟୁପି ୱାରିୟର୍ସର ଦମଦାର ବିଜୟ, ଆରସିବିର ଚତୁର୍ଥ ପରାଜୟ

10/03/2023 at 10:57 PM

ମୁମ୍ୱାଇ: ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଆରବିସିକୁ ଏକତରଫା ମୁକାବିଲାରେ ୟୁପି ୱରିୟର୍ସ ୧୦ ୱିକେଟରେ ପରାସ୍ତ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଆରସିବିର ଏହା ଲଗାତାର ଚତୁର୍ଥ ପରାଜୟ । ଏହି ପରାଜୟ ସହ ଆରବିସିର ପ୍ଲେ ଅଫ ରାସ୍ତା କଠିନ ହୋଇଛି ।

ମୁମ୍ୱାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ ଆରସିବି ୧୩୮ ରନ ହାସଲ କରିଥିଲା । ୟୁପି ୱରିୟର୍ସ ଆଗରେ ୧୩୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଏହି ଟାର୍ଗେଟକୁ ୟୁପି ୱରିୟର୍ସ ୪୨ ବଲ ବାକି ଥାଇ ଗୋଟିଏ ୱିକେଟ୍ ନ ହରାଇ ଜିତି ନେଇଛି । ୟୁପିର ବିଜୟରେ କ୍ୟାପ୍ଟେନ ଆଲିସା ହେଲିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକ ରହିଥିଲା । ମ୍ୟାଚରେ ଆଲିସା ହେଲି ଅପରାଜିତ ୯୬ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ୪୭ ବଲରେ ୧୮ ଚୌକା ବଳରେ ସେ ୯୬ ରନ କରିଥିଲେ ।

ଆଲିସା ହେଲି ୯୬ ରନ ମହିଳା ପ୍ରିମିୟର ଲିଗରେ କୌଣସି ଖେଳାଳିଙ୍କ ଦ୍ୱାରା କରାଯାଇଥିବା ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅଟେ । ଆଲିସା ହେଲିଙ୍କ ସହ ଓପନିଂ ପାଇଁ ଓହ୍ଲାଇଥିବା ଦେବିକା ମଧ୍ୟ ଅପରାଜିତ ୩୬ ରନ କରିଥିଲେ । ଦୁଇ ଖେଳାଳି ୧୩ ଓଭରରେ ୧୩୯ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଆରସିବି ସମସ୍ତ ୱିକେଟ୍ ହରାଇ ୧୩୮ ରନ କରିବାରେ ସକ୍ଷମ ହୋଇଥିଲା । ଟିମ ପାଇଁ ଏଲିସା ପେରୀ ଅର୍ଦ୍ଧଶତକ ହାସଲ କରିଥିଲେ । ୩୯ ବଲରେ ଛଅ ଚୌକା ଏବଂ ଛକା ବଳରେ ସେ ୫୨ କରିଥିଲେ । ୟୁପି ପାଇଁ ସୋଫି ଏକ୍ଲେଷ୍ଟୋନ ୪ ଏବଂ ଦିପ୍ତୀ ଶର୍ମା ୩ ୱିକେଟ୍ ହାସଲ କରିଥିଲେ ।

   Related Posts