ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

WPL T-20 : ୬୦ ରନ୍‌ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ଶେଫାଳି ଓ ଲାନିଂଙ୍କ ବିସ୍ଫୋରକ ବ୍ୟାଟିଂ

6/03/2023 at 9:12 AM

ମୁମ୍ବାଇ ୦୬।୦୩ :  ଡି.ୱାଇ ପାଟିଲ  ପରେ ବ୍ରାବର୍ଣ୍ଣ ଷ୍ଟାଡିୟମରେ ମଧ୍ୟ ହାଇ  ସ୍କୋର ଦେଖିବାକୁ ମିଳିଛି । ଡବ୍ଲ୍ୟପିଏଲର ଦ୍ୱିତୀୟ  ମ୍ୟାଚ୍‌ରେ ଓପନର ମେଗ୍‌ ଲାନିଂ ଏବଂ ଶେଫାଳି  ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଦିଲ୍ଲୀ  କ୍ୟାପିଟାଲ୍ସ ୨/୨୨୩ ରନ୍‌ର ବିଶାଳ ସ୍କୋର  କରିଥିଲା । ମାତ୍ର ସ୍ମୃତି ମନ୍ଧନାଙ୍କ ନେତୃତ୍ୱାଧୀନ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)  ୮/୧୬୩ ରନ୍‌ରେ ସୀମିତ ରହିଥିଲା । ଘାତକ  ବୋଲିଂ କରି ୫ଟି ୱିକେଟ୍‌ ହାସଲ କରିଥିବା ତାରା  ନୋରିସ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ  ହୋଇଥିଲେ ।

ଦିଲ୍ଲୀ ଅଧିନାୟିକା ଲାନିଂ ବ୍ୟାଟିଂ ଆମନ୍ତ୍ରଣ  ପାଇ ଶେଫାଳି ବର୍ମାଙ୍କ ସହ ଓପନିଂ କରିଥିଲେ ।  ଉଭୟ ଆରମ୍ଭରୁ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଦଳୀୟ  ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ ।  ଶେଫାଳି ୩୧ ବଲରୁ ପ୍ରଥମେ ଅର୍ଦ୍ଧଶତକ  ହାସଲ କରିଥିଲେ । ଯେଉଁଥିରେ ୩ଟି ଛକା  ସାମିଲ ରହିଥିଲା । ସେମିତି ଲାନିଂ ୩୦ ବଲରୁ  ୧୦ଟି ଚୌକା ସହାୟତାରେ ଅର୍ଦ୍ଧଶତକ ପୂରଣ  କରିଥିଲେ । ମନ୍ଧନା ଏହି ମ୍ୟାଚ୍‌ରେ ୭ ଜଣଙ୍କୁ  ବୋଲିଂ କରାଇଥିଲେ । ଶେଷରେ ହେଦର ନାଇଟ୍‌  (୧୪.୩ ଓଭର) ଓପନିଂ ଯୋଡ଼ି ଭାଙ୍ଗିଥିଲେ ।  ଲାନିଂ ୪୩ ବଲରୁ ୭୨ ରନ୍‌ (୧୪ଟି ଚୌକା)  କରି ଆଉଟ୍‌ ହୋଇଥିଲେ । ସେହି ଓଭରରେ  (୧୪.୫) ନାଇଟ୍‌ ପୁଣି ଶେଫାଳିଙ୍କୁ ପାଭିଲିୟନ  ଫେରାଇବାରେ ସଫଳ ହୋଇଥିଲେ । ୪୫ ବଲ  ଖେଳି ଶେଫାଳି ୧୦ଟି ଚୌକା ଓ ୪ଟି ଚୌକା  ସହାୟତାରେ ୮୪ ରନ୍‌ କରିଥିଲେ । ପରବର୍ତ୍ତୀ  ସମୟରେ ମାରିଜାନ କାପ୍‌ (୩୯) ଓ ଜେମିମା  ରୋଡ୍ରିଗ୍ସ (୨୨) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି  ଦଳୀୟ ସ୍କୋରକୁ ୨/୨୨୩ ରନ୍‌ରେ ପହଞ୍ଚାଇଥିଲେ ।

ତେବେ ବିଶାଳ ଲକ୍ଷ୍ୟକୁ ପିଛା କରି ଆରସିବିର ଓପନର  ମନ୍ଧନା ଓ ସୋଫି ଡିଭାଇନ ପ୍ରଥମ ୱିକେଟ୍‌ରେ  ୪୧ ରନ୍‌ ସଂଗ୍ରହ କରିଥିଲେ । ସୋଫି ୧୪ ରନ୍‌  କରି ଆଉଟ୍‌ ହୋଇଥିଲେ । ମନ୍ଧନା ମଧ୍ୟ ଅଧିକ  ସମୟ ତିଷ୍ଟି ପାରି ନଥିଲେ । ୨୩ ବଲରୁ ୫ଟି  ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ ରନ୍‌  କରିଥିଲେ । ମଧ୍ୟଭାଗରେ ଏଲିସ ପେରି (୩୧),  ନାଇଟ୍‌ (୩୪) ଏବଂ ମେଗାନ ସୁଟଙ୍କ (ଅପରାଜିତ  ୩୦) ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ସଫଳ  ହୋଇ ନଥିଲେ । ନିର୍ଦ୍ଧାରିତ ଓଭରରେ ଦଳ ୮  ୱିକେଟ୍‌ ହରାଇ ୧୬୩ ରନ୍‌ କରିବାରେ ସଫଳ  ହୋଇଥିଲା । ନୋରିସ ୪ ଓଭରରେ ୨୯  ରନ୍‌ ଦେଇ ୫ଟି ୱିକେଟ୍‌ ହାସଲ କରିଥିଲେ ।

   Related Posts