WPL 2024: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ମହିଳା ପ୍ରିମିୟର ଲିଗ୍, ଶାହରୁଖ-କାର୍ତ୍ତିକ-ସିଦ୍ଧାର୍ଥଙ୍କ ଡ୍ୟାନ୍ସରେ ଦର୍ଶକ ହେଲେ ମତୁଆଲା

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ଆଜିଠାରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିମୟରେ ଆରମ୍ଭ ହୋଇଛି । ପ୍ରଥମ ମୁକାବିଲା ଗତ ଥରର ଚାମ୍ପିୟନ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ଉଦଘାଟନୀ ସମାରୋହ ଆୟୋଜନ କରାଯାଇଛି । ଏଥିରେ ବଲିଉଡ୍ ଅଭିନେତା ଶାହରୁଖ ଖାନ ପରଫର୍ମ କରିଛନ୍ତି । ତାଙ୍କ ବ୍ୟତୀତ ଶାହିଦ କପୁର, ସିଦ୍ଧାର୍ଥ ମଲହୋତ୍ରା, କାର୍ତ୍ତିକ ଆର୍ୟନ ଏବଂ ବରୁଣ ଧାୱନ ମଧ୍ୟ ନିଜ ଡ୍ୟାନ୍ସରେ ଦର୍ଶକଙ୍କୁ ମତୁଆଲା କରିଥିଲେ ।  

କାର୍ତ୍ତିକ ଆର୍ୟନ ଓପନିଂ ସେରିମନିରେ ପ୍ରଥମେ ନିଜ ଜଲୱା ଦେଖାଇଥିଲେ । ସେ ଗୁଜରାଟ ଜାଏଣ୍ଟ୍ସ ଟିମକୁ ସପୋର୍ଟ କରିଥିଲେ । କାର୍ତ୍ତିକଙ୍କ ପରେ ସିଦ୍ଧାର୍ଥ ମଲହୋତ୍ରା ପରଫର୍ମ କରିଥିଲେ । ସେ ଦିଲ୍ଲୀ କ୍ୟାପିଟାଲ୍ସକୁ ସମର୍ଥନ କରିଥିଲେ । ସିଦ୍ଧାର୍ଥ ନିଜର ପ୍ରଥମ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଗୀତରେ ନାଚିଥିଲେ । ଏହାପରେ ସେ ନିଜର ସବୁଠୁ ପପୁଲାର ଫିଲ୍ମ ସେରଶାହର ଗୀତ 'ରାତାଁ ଲମ୍ୱିଆଁ...'ଉପରେ ଡ୍ୟାନ୍ସ କରିଥିଲେ । ଏହାସହ 'କାଲା ଚଷମା' ଉପରେ ମଧ୍ୟ ପରଫର୍ମ କରିଥିଲେ ।

{"id":912870,"sizeSlug":"full","linkDestination":"none"}

ଏହାପରେ ଟାଇଗର ଶ୍ରଫ୍ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ସମର୍ଥନ କରିଥିଲେ । ଟାଇଗର ପ୍ରଥମେ ହିରୋପନ୍ତୀ ଫିଲ୍ମର ଗୀତ 'ମେରେ ନାଲ ତୁ ହ୍ୱିସଲ ବଜା' ଗୀତରେ ପରଫର୍ମ କରିଥିଲେ । ଏହାପରେ 'ୱାର' ଫିଲ୍ମର ଗୀତ 'ଘଙ୍ଘୁରୁ ଟୁଟ୍ ଗଏ' ଏବଂ 'ଜୟ-ଜୟ ଶିବଶଙ୍କର'ରେ ଡ୍ୟାନ୍ସ କରିଥିଲେ ।

{"id":912871,"sizeSlug":"full","linkDestination":"none"}

ବରୁଣ ଧାୱନ ୟୁପି ୱରିୟର୍ସର ସମର୍ଥନ କରିଥିଲେ । ସେ ଭେଡିୟା ଫିଲ୍ମର ଗୀତ ତୁ ମେରା କୋଇ ନା ହୋକେରେ ପ୍ରଥମ ଡ୍ୟାନ୍ସ କରିଥିଲେ । ଏହାପରେ ସେ ତେରା ହିରୋ ଫିଲ୍ମର ଗୀତ ତେରା ଧ୍ୟାନ କିଧର ହେ ଉପରେ ଡ୍ୟାନ୍ସ କରିଥିଲେ । ଏହାପରେ ଷ୍ଟ୍ରିଟ୍ ଡ୍ୟାନ୍ସର ୩ ଗୀତ 'ମୁକାବିଲା' ଉପରେ ପରଫର୍ମ କରି ସଭିଙ୍କ ହୃଦୟ ଜିତିଥିଲେ । ଶାହିଦ କପୁର ନିଜ ଫିଲ୍ମର ଗୀତ 'ଶାମ ଶାନଦାର' ଉପରେ ଡ୍ୟାନ୍ସ କରିଥିଲେ । ପରେ ସେ ଜବ୍ ୱି ମେଟ୍ ଫିଲ୍ମର 'ନଗାଡା' ଗୀତରେ ଡ୍ୟାନ୍ସ କରିଥିଲେ ।

{"id":912872,"sizeSlug":"full","linkDestination":"none"}

ଶେଷରେ ଆସିଥିଲେ ଶାହରୁଖ ଖାନ । ଶାହରୁଖ ନିଜ ପାଠନ ଫିଲ୍ମର 'ଝୁମେ ଯୋ ପଠାନ' ଗୀତରେ ପ୍ରଥମ ଡ୍ୟାନ୍ସ କରିଥିଲେ । ଏହାପରେ ସେ ଯବାନ ଫିଲ୍ମର ଗୀତ 'ରମୈୟା ବସ୍ତାବୈୟା' ଉପରେ ପରଫର୍ମ କରିଥିଲେ । ଏହାପରେ ଶାହରୁଖ ସବୁ ଟିମର ଅଧିନାୟକଙ୍କୁ ମଞ୍ଚକୁ ଡାକିଥିଲେ ଏବଂ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

{"id":912873,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.