suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

WPL 2023 : ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟାଇଟଲ ଲଢେଇ

26/03/2023 at 9:08 AM

ମୁମ୍ବାଇ ୨୬।୦୩ :  ରବିବାର ମହିଳା ପ୍ରିମିୟର ଲିଗ(ଡବ୍ଲ୍ୟୁପିଏଲ୍‌)ରେ ଟାଇଟଲ ମୁକାବିଲା । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟ୍ରଫି ପାଇଁ ଲଢେଇ । ପ୍ରଥମ ସଂସ୍କରଣ ଜିତି ଇତିହାସ ରଚିବା ଲକ୍ଷ୍ୟରେ ଉଭୟ ଦଳ । ଫାଇନାଲ୍‌ ମ୍ୟାଚ୍‌ ଖୁବ୍‌ ସଂଘର୍ଷପୂର୍ଣ୍ଣ ହେବ ।

ତେବେ ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ଅର୍ଜନ କରିଥିଲେ । ମାତ୍ର ରନ୍‌ ରେଟ୍‌ରେ ଆଗୁଆ ରହି ଦିଲ୍ଲୀ କ୍ୟାପିଟାଲ୍ସ ସିଧା ଫାଇନାଲ୍‌ରେ ପ୍ରବେଶ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମୁକାବିଲାରେ ୟୁପି ୱାରିୟର୍ସକୁ ହରାଇ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା ।ଉଭୟ ଦଳର ଶକ୍ତି ସମାନ । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।

ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଥରେ ଲେଖାଏଁ ହରାଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । ମେଗ୍‌ ଲ୍ୟାନିଂ ସମ୍ପ୍ରତି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟର ଓ ଅଧିନାୟକ । ସେଫାଳି ବର୍ମାଙ୍କୁ ବ୍ୟାଟିଂ ବିସ୍ମୟ ଭାବେ ଗଣାଯାଉଛି । ଦଳରେ ଆଲିସ କ୍ୟାପ୍‌ସି, ଜେମିମା ରୋଡ୍ରିଗ୍ସ, ମରିଜାନ କାପ ଓ ଜେସ ଜନାସେନଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଏକ ସନ୍ତୁଳିତ ଦଳ ରହିଛି । ଦଳଗତ ପ୍ରଦର୍ଶନକୁ ପ୍ରାଥମିକତା ଦେଉଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ରମାନ୍ୱୟରେ ପ୍ରଥମ ୫ଟି ମ୍ୟାଚ୍‌ ଜିତି ସମସ୍ତଙ୍କୁ ଚକିତ କରିଦେଇଥିଲା । ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ଯୁବ ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ।

ଆଜି ମୁମ୍ବାଇର ବାମହାତି ସ୍ପିନର ସାଇକା ଇଶାକ୍‌ଙ୍କ ଉପରେ ନଜର ରହିବ । ସେ ଇତି ମଧ୍ୟରେ ୧୫ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମେଗ୍‌ ଲ୍ୟାନିଂ ନଜରରେ ରହିବେ । ତାଙ୍କ ସହଳ ଆଉଟ୍‌ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରି।

ମୁମ୍ବାଇ ଇଣ୍ଡିଆନ୍ସ: ୟସ୍ତିକା ଭାଟିଆ, ହେଲି ମାଥ୍ୟୁସ୍‌, ନାତାଲି ସ୍କିଭର-ବ୍ରଣ୍ଟ, ହର୍ମନପ୍ରୀତ କୌର(ଅଧିନାୟିକା), ଆମେଲିଆ କେର, ଇସି ୱଙ୍ଗ, ଅମନଜୋତ କୌର, ହୁମାଇରା କାଜି, ଜୋତିମଣି କାଲିତା, ସାଇକା ଇଶାକ ।

ଦିଲ୍ଲୀ କ୍ୟାପିଟାଲ୍ସ: ମେଗ ଲ୍ୟାନିଂ(ଅଧିନାୟିକା), ଶେଫାଳି ବର୍ମା, ଆଲିସ କ୍ୟାପ୍‌ସି, ଜେମିମା ରୋଡ୍ରିଗ୍ସ, ମରିଜାନ କାପ, ଜେନ ଜନାସେନ, ତାନିଆ ଭାଟିଆ, ଅରୁନ୍ଧତି ରେଡ୍ଡୀ, ରାଧା ଯାଦବ, ଶିଖା ପାଣ୍ଡେ, ପୁନମ ଯାଦବ ।

   Related Posts