ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ପରେ ଆସିଛି ପାଇକାରୀ ମୁଦ୍ରାସ୍ଫୀତି ରିପୋର୍ଟ। ଆଉ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ମାସରେ ଦେଶରେ ପାଇକାରୀ ମୁଦ୍ରାସ୍ଫୀତିରେ ମାମୁଲି ବୃଦ୍ଧି ହୋଇ ୦.୫୩ ପ୍ରତିଶତ ହୋଇଛି। ଯାହା ଫେବ୍ରୁଆରୀରେ ୦.୨୦ ପ୍ରତିଶତ ରହିଥିଲା। ପନିପରିବା, ଆଳୁ, ପିଆଜ ଏବଂ କଞ୍ଚାତେଲର ମୂଲ୍ୟ ବୃଦ୍ଧି କାରଣରୁ ଏହି ମାମୁଲି ବୃଦ୍ଧି ହୋଇଛି।
ଏହା ପୂର୍ବରୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୦ ମାସରୁ ସବୁଠୁ କମ୍ ରହିଥିଲା। ଖାଦୃ ପାନୀୟ ସାମଗ୍ରୀ ଶସ୍ତା ହେବା କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ଏହି ହ୍ରାସ ଦେଖିବାକୁ ମିଳିଛି। ଏନଏସଓ ତରଫରୁ ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ, ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ମାର୍ଚ୍ଚରେ ହ୍ରାସ ପାଇଁ ୪.୮୫ ପ୍ରତିଶ ରହିଥିଲା।