AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

କରୋନା ଯୋଗୁ ଫୁସଫୁସ୍‌ରେ ହେଉଛି ବଡ଼ କ୍ଷତି: ଅଧ୍ୟୟନ

3/12/2022 at 4:47 PM

ଲଣ୍ଡନ ୩।୧୨: ସାରା ବିଶ୍ୱରେ ପ୍ରକୋପ କରିଥିଲା କରୋନା ଭାଇରସ ମହାମାରୀ। ଏବେବି ଅନେକ ଦେଶରେ ଭୂତାଣୁ ଚିହ୍ନଟ ହେଉଥିବା ବେଳେ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେବେ କୋଭିଡ ଭୂତାଣୁର ସବୁଠୁ ଅଧିକ ପ୍ରଭାବ ଲୋକଙ୍କ ଫୁସଫୁସ୍‌ରେ ପକାଉଥିବା ଅଧ୍ୟୟନରୁ ଜଣାପଡିଛି। ଏହି ଅଧ୍ୟୟନ ଅନୁସାରେ କରୋନାରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ହସ୍ପିଟାଲରେ ଭର୍ତ୍ତି ୧୧ ପ୍ରତିଶତ ଲୋକଙ୍କ ଫୁସଫୁସ୍‌ରେ ଡ୍ୟାମେଜ ଥିବା ଓ ଏଥିର ଘା ହୋଉଥିବାର ଦେଖାଯାଇଥିବା ଜଣାପଡିଛି।

ଅଧ୍ୟୟନ ଅନୁସାରେ ଫୁସଫୁସରେ ହେଉଥିବା ଘା  ଇରିଭର୍ସେବଲ ହୋଇଥିବା ବେଳେ ସମୟ ସହିତ ଅଧିକ ଖରାପ ହୋଇପାରେ ବୋଲି ମଧ୍ୟ ସତର୍କ କରାଯାଇଛି। କୋଭିଡ-୧୯ ଆକ୍ରାନ୍ତଙ୍କୁ ନେଇ କରାଯାଇଥିବା ଅଧ୍ୟୟନ ଆମେରିକାନ ଜର୍ଣ୍ଣାଲ ଅଫ ରେସ୍ପିରେଟରୀ ଏଣ୍ଡ କ୍ରିଟିକାଲ କେୟାର ମେଡିସିନରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ କୁହାଯାଇଛି ଯେ କୋଭିଡ ରୋଗୀ ଯେଉଁମାନଙ୍କଠାରେ ରୋଗର ଜଟିଳତା ଅଲଗା ଅଲଗା ପ୍ରକାର ଥିଲା, ହେଲେ ସେମାନଙ୍କ ଠାରେ ଫାଇବ୍ରୋଟିକ ଲଙ୍ଗ ଡ୍ୟାମେଜ ଥିବା ଦେଖାଯାଇଥିଲା। ଯାହାକୁ ଇଣ୍ଚରଷ୍ଟିଶିୟଲ ଲଙ୍ଗ ଡିଜିଜ ମଧ୍ୟ କୁହାଯାଇପାରେ । ଏଣୁ ହସ୍ପିଟାଲରୁ ଡିଶ୍ଚାର୍ଯ ହେବା ପରେ ମଧ୍ୟ ଏପରି ରୋଗୀଙ୍କ ଫଲୋଅପ କେୟାରର ଦରକାର ପଡିଥାଏ।

ଇଣ୍ଚରଷ୍ଟିଶିୟଲ ଲଙ୍ଗ ଡିଜିଜରେ ଅନେକ ପ୍ରକାରର ରୋଗ ସାମିଲ ଥାଏ। ଯାହାକୁ ସାଧାରଣରେ ଫୁସଫୁସ୍‌ରେ ଘା ବୋଲି କୁହାଯାଇଥାଏ। ଏଥିରେ ଆଇଡୋପ୍ୟାଥିକ ଲଙ୍ଗ ଫାଇବ୍ରୋସିସ୍ ବି ଥାଏ। ଏପରି ଘା ହେଲେ ରୋଗୀକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଫୁସଫୁସ ଘା ଇରିଭର୍ସେବଲ ହେବା ସହ ଏହା ସମୟକ୍ରମେ ଅଧିକ ଖରାପ ହୋଇଥାଏ। ମାଗ୍ରେଟ ଟର୍ଣ୍ଣର ବାରବିକ୍ ସେଣ୍ଟର ଫର ଫାଇବ୍ରୋସିଂଗ ଲଙ୍ଗ ଡିଜିଜ ଓ ନ୍ୟାସନାଲ ହାର୍ଟ ଏଣ୍ଡ ଲଙ୍ଗ ଇନିଷ୍ଟିଚ୍ୟୁଟ୍ ଇମ୍ପେରିଆଲ କଲେଜ ଲଣ୍ଡନର ଆଡଭାନ୍ସ ରିସର୍ଚ୍ଚ ଫେଲୋ ତଥା କରସପଣ୍ଡିଂ ଅଥର ଲାଇନ ଷ୍ଟିୱର୍ଟ କହିଛନ୍ତିଯେ ବେମାରୀରୁ ମୁକ୍ତ ହୋଇଥିବା ୧୧ ପ୍ରତିଶତ ରୋଗୀଙ୍କଠାରେ ଫାଇବ୍ରୋଟିକ୍ ପେଟର୍ଣ୍ଣିଂ ମିଳିଛି। ଫଳରେ ଏପରି ରୋଗୀଙ୍କ ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଶ୍ୱାସ ନେବାରେ କଷ୍ଟ ଓ ନିଶ୍ୱାସ ଫୁଲିବା ପରି ସମସ୍ୟା ଦେଖାଯାଉଛି।

ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇଥିବା ରୋଗୀଙ୍କ ଠାରେ ଫୁସଫୁସ୍‌ରେ ଅବନର୍ମାଲିଟି ଦେଖିବାକୁ ମିଳିପାରେ ବୋଲି ଲାଇନ ଷ୍ଟିୱାର୍ଟ କହିଛନ୍ତି। ଅଧ୍ୟୟନରେ ସାମିଲ ରୋଗୀଙ୍କୁ ମାର୍ଚ୍ଚ ୨୦୨୧ରେ ହସ୍ପିଟାଲରୁ ଡିଶ୍ଚାର୍ଯ କରାଯାଇଥିଲା ଓ ଅଧ୍ୟୟନ ଲାଗି ଡାଟା ଅକ୍ଟୋବର ୨୦୨୧ ସୁଦ୍ଧା ସଂଗ୍ରହ ହୋଇଥିଲା। ଏବେ ଅଧ୍ୟୟନାର ଆଗାମୀ ପର୍ଯ୍ୟୟ ଆନାଲିସିସ ଆରମ୍ଭ ହୋଇସାରିଲାଣି ଯାହାର ଫଳାଫଳ ୨୦୨୩ରେ ମିଳିବ ବୋଲି କୁହାଯାଇଛି।  

   Related Posts