ରାଜଧାନୀରେ ବଡ଼ ଲୁଟ୍‌, ଦୋକାନ ଆଜବେଷ୍ଟସ୍‌ ତାଡ଼ି ନେଇଗଲେ ୧୫ ଲକ୍ଷ ଟଙ୍କାର ମୋବାଇଲ୍‌

Published By : Prameya-News7 Bureau | August 14, 2022 IST

ଭୁବନେଶ୍ୱର, ୧୪/୮: ଭୁବନେଶ୍ୱର ଡମଣାରୁ ମୋବାଇଲ ଦୋକାନର ଆଜବେଷ୍ଟସ ତାଡି ନାମୀ ଦାମୀ ମୋବାଇଲ ଫୋନ ଲୁଟିନେଲା ଦୁର୍ବୃତ୍ତ । ଅଜବେଷ୍ଟ ଭାଙ୍ଗି ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ମୋବାଇଲ ଲୁଟିନେଇଛି ଲୁଟେରା। ରାତି ସାଢ଼େ ଗୋଟେ ପରେ ଡମଣା ଛକ ନିକଟରେ ଏପରି ଘଟଣା ଘଟଛି । ଚୋରି ବେଳର ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି ।

wp:html https://youtu.be/ZmYFSiL5CFA /wp:html

ମୁହଁରେ ଗାମୁଛା ବାନ୍ଧି ଦୋକାନର ଉପର ଆଜବେଷ୍ଟସ ଭାଙ୍ଗି ଚୋର ପଶିଥିବା ସିସିଟିଭିରେ ଦେଖିବାକୁ ମିଳୁଛି । ଏହାପରେ ଦୁର୍ବୃତ୍ତ ସିସିଟିଭି କ୍ୟାମେରାକୁ ଭଙ୍ଗିଦେଇଛି । ଚେହେରା ଧରା ନପଡିବା ପାଇ କ୍ୟାମେରା ଭାଙ୍ଗିଦେଇଚି । ସମସ୍ତ ଦାମୀ ମୋବାଇଲ ଫୋନ ଗୁଡ଼ିକ ଚୋରି କରି ନେଇ ଛୁ ମାରିଚି ଚୋର । ତେବେ ଦୋକାନ ପକ୍ଷରୁ ଜଣେ ସିକ୍ୟୁରିଟି ଗାର୍ଡ ନିୟୋଜିତ ଥିବା ଅବସ୍ଥାରେ ଏଭଳି ଚୋରି ହୋଇଥିବାରୁ ସିକ୍ୟୁରିଟି ଗାର୍ଡକୁ ସନ୍ଦେହ କରିଛନ୍ତି ମାଲିକ । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପୋଲିସ୍ ପଚରାଉଚରା କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.