ପୁରୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
18/08/2022 at 9:08 PM

ପୁରୀ, ୧୮।୦୮: ପୁରୀରୁ ପୁଣି ଜବତ ହେଲା ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର। ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜିପୁର ଛକରେ ସାତପଡା ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମଗିରି ହରଚଣ୍ଡି ସାହିର ସୁଦର୍ଶନ ସୁନ୍ଦରା। ଅବକାରୀ ବିଭାଗ ଅଭିଯୁକ୍ତ ସୁଦର୍ଶନ ଠାରୁ ୧୦୫ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା। ଏଥିସହ ଗୋଟିଏ TVS XL SUPER HD BIKE ମଧ୍ୟ ଅବକାରୀ ବିଭାଗ ଜବତ କରିଛି।
ସାତପଡ଼ା ଅବକାରୀ ଥାନା କେସ ନଂ-61/22-23 ରେ ସୁଦର୍ଶନକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି। ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ବିଜିପୁର ଛକରେ ଚଢ଼ାଉକରୀ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ସୁଦର୍ଶନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।