ଶଙ୍ଖ ପୂଜା କରିବା ଦ୍ୱାରା ମିଳିଥାଏ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ, ସ୍ଥାପନ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି ନିୟମ

Published By : Prameya-News7 Bureau | February 24, 2021 IST

ଭୁବନେଶ୍ୱର ୨୪ / ୦୨ : ସମୁଦ୍ର ମନ୍ଥନ ସମୟରେ ୧୪ ଟି ରତ୍ନ ପ୍ରାପ୍ତ ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ଶଙ୍ଖ । ଶଙ୍ଖକୁ ମା ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଏ । କୌଣସି ପୂଜାପାଠ ଏବଂ ଶୁଭ କାର୍ଯ୍ୟରେ ଶଙ୍ଖ ଧ୍ୱନୀ ଅତ୍ୟନ୍ତ ଶୁଭ ହୋଇଥାଏ । ଶଙ୍ଖକୁ ଘରେ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

shankh

ଶଙ୍ଖକୁ କୌଣସି ବିଶେଷ ଦିନରେ ଘରେ ସ୍ଥାପନ କରନ୍ତୁ। ଦୀପାବଳି, ହୋଲି, ମହାଶିବରାତ୍ରୀ, ନବରାତ୍ରୀ, ଗୁରୁ-ପୁଷ୍ୟ, ଗୁରୁ-ପୁଷ୍ୟ ନକ୍ଷେତ୍ର ପରି ଶୁଭ ଦିନରେ ଘରେ ଶଙ୍ଖ ସ୍ଥାପନ କରନ୍ତୁ। ଉପହାର ରୁପରେ କାହାକୁ ଶଙ୍ଖ ଦେବା ଉଚିତ୍ ନୁହେଁ କିମ୍ବା କାହାର ଦିଆଯାଇଥିବା ଶଙ୍ଖକୁ ବ୍ୟବହାର କରିବା ଉଚିତ୍ ନୁହେଁ ।

shankh

ଶଙ୍ଖ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ସହ ଜଡିତ । ଭଗବାନ ବିଷ୍ଣୁଙ୍କ ଚାରୋଟି ଅସ୍ତ୍ର ମଧ୍ୟରେ ଶଙ୍ଖ ମଧ୍ୟ ଅନ୍ତର୍ଭୁକ୍ତ । ଭଗବାନ ବିଷ୍ଣୁଙ୍କ ହାତରେ ଚକ୍ର, ଗଦା , ପଦ୍ମ ଫୁଲ ଏବଂ ଶଙ୍ଖ ରହିଥାଏ । ଶଙ୍ଖର ପାଣି ଘରେ ସିଞ୍ଚନ କରିବା ଦ୍ୱାରା ସମଗ୍ର ଘର ପବିତ୍ର ହୋଇଥାଏ ।

shankh

ପୂଜା ଘରେ ଶଙ୍ଖକୁ ଏହିପରି କୌଣସି ସ୍ଥାନରେ ନରଖି ସବୁବେଳେ ନାଲି କପଡ଼ାରେ ଗୁଡ଼ାଇ ଆସନ ଉପରେ ରଖନ୍ତୁ ।  ପୂଜାରେ ସର୍ବଦା ଏଥିରେ ପାଣି ଭରି ରଖନ୍ତୁ ।  ଶଙ୍ଖକୁ ଘରର ପୂଜା ସ୍ଥଳରେ ରଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ ।  ଘରେ ରହୁଥିବା ବ୍ୟକ୍ତିମାନେ ପ୍ରତିଦିନ ଶଙ୍ଖର ଦର୍ଶନ କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.