ଗୁରୁବାର ଦିନ ଏହିଭଳି କରନ୍ତୁ ଶିରିଡି ସାଇ ବାବାଙ୍କ ପୂଜା, ପୂରଣ ହେବ ମନୋସ୍କାମନା

Published By : Prameya-News7 Bureau | September 24, 2020 IST

ଭୁବନେଶ୍ୱର ୨୪/୦୯ : ଶିରିଡି ସାଇ ବାବାଙ୍କୁ ଯିଏ ଶ୍ରଦ୍ଧାର ସହ ପୂଜା କରିଥାଏ, ତାଙ୍କୁ ସ୍ମରଣ କରେ ବାବା ସେମାନଙ୍କ ଉପରେ ସର୍ବଦା  ନିଜ କୃପା ଦୃଷ୍ଟି ରଖିଥାନ୍ତି ବୋଲି କୁହାଯାଏ । ଗୁରୁବାର ଦିନ ସାଇ ବାବାଙ୍କୁ ସମର୍ପିତ । ମନୋସ୍କାମନା ପୂର୍ତ୍ତି ପାଇଁ ଲୋକେ ଗୁରୁବାର ଦିନ ସାଇ ବାବାଙ୍କ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ଜାତି ବା ଧର୍ମର ବ୍ୟକ୍ତି ସାଇ ବାବାଙ୍କ ଆରାଧନା କରିପାରିବେ । ସାଇ ବାବା ସମସ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ବାବାଙ୍କ ବିଶେଷ କୃପା ପାଇବା ପାଇଁ କେମିତି ପୂଜା କରିବେ ଜାଣନ୍ତୁ । ପୂଜା କରିବା ପରେ ବାବାଙ୍କ କଥା ନିଶ୍ଚୟ ପଢନ୍ତୁ ଓ ଆଳତି କରନ୍ତୁ ।

{"id":333815,"sizeSlug":"large"}

ସାଇ ବାବାଙ୍କର ଗୋଟିଏ ହିଁ ମୂଳମନ୍ତ୍ର-'ସମସ୍ତଙ୍କର ମାଲିକ ଜଣେ' ବା 'ସବକା ମାଲିକ ଏକ ହୈ' । ବାବାଙ୍କ ବ୍ରତ ବହୁତ ସହଜ ଓ ସରଳ । ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ବିଛଣା ତ୍ୟାଗ କରି ନିତ୍ୟକର୍ମ ଓ ସ୍ନାନ ଆଦି ସାରି ସର୍ବ ପ୍ରଥମେ ବାବାଙ୍କ ଧ୍ୟାନ କରିବା ଉଚିତ । ଧ୍ୟାନ କରି ବ୍ରତ ସଂକଳ୍ପ ନେବା ଉଚିତ । ଏହାପରେ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରି ଗଙ୍ଗାଜଳରେ ଶୁଦ୍ଧ କରି ହଳଦିଆ ବସ୍ତ୍ର ଧାରଣ କରାଇବା ଉଚିତ । ଏହା ପରେ ପୁଷ୍ପ, ରୋଲି ଓ ଚନ୍ଦନ ଅର୍ପଣ କରନ୍ତୁ । ଢିପ ନୈବେଦ୍ୟ ଅର୍ପଣ କରିବେ । ଏହାପରେ ଶୁଦ୍ଧ ଘିଅର ଦୀପ ଜାଳି ବାବାଙ୍କ ଧ୍ୟାନ କରିବା ଉଚିତ । ବାବାଙ୍କ ପାଖରେ ବେସନ ଲଡୁ, ପେଡା କିମ୍ବା ଯେକୌଣସି ହଳଦିଆ ମିଠା ଭୋଗ କରିପାରିବେ । ଏହାପରେ ହାତରେ ଫୁଲ ଧରି ବାବାଙ୍କ କଥା ପଢିବା କିମ୍ବା ଶୁଣିବା ଉଚିତ । ଏହାପରେ ବାବାଙ୍କୁ ନିଜ ମନୋସ୍କାମନା ଜଣାଇ ଶେଷରେ ପ୍ରସାଦ ବିତରଣ କରିବା ଉଚିତ । ପ୍ରସାଦ ଗରିବଙ୍କୁ ବାଣ୍ଟିବା ଉଚିତ । ଏଥିରେ ବାବା ପ୍ରସନ୍ନ ହୋଇଥାନ୍ତି । ଗୁରୁବାର ଦିନ ଅଭାବୀ କିମ୍ବା ଆବଶ୍ୟକୀୟ ଲୋକଙ୍କୁ କିଛି ଦାନ କରିପାରିଲେ ବହୁତ ଭଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.