ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

କୁମାର ପୂର୍ଣ୍ଣିମା ରାତିରେ କରନ୍ତୁ ମା ଲକ୍ଷ୍ମୀଙ୍କ ପୂଜା, ଜାଣନ୍ତୁ ବିଧି, ଶୁଭ ମୁହୂର୍ତ୍ତ ଓ ମହତ୍ୱ

9/10/2022 at 1:59 PM

ଉଜ୍ଜୈନ ୯।୧୦: ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କ ଆବାହନର ପରମ୍ପରା ରହିଛି। ଲୋକମାନ୍ୟତା ଶରଦପୂର୍ଣ୍ଣିମା ରାତିରେ ଦେବୀ ମହାଲକ୍ଷ୍ମୀଙ୍କର ଧରାବତରଣ ହୁଏ। ମା ଲକ୍ଷ୍ମୀ ରାତିରେ କିଏ ଜାଗ୍ରତ ପଚାରିଥାନ୍ତି। ଜିଏ ଜାଗ୍ରତ ଥାନ୍ତି ମା ଲକ୍ଷ୍ମୀ ତାଙ୍କ ମନକାମନା ପୂର୍ଣ୍ଣ କରନ୍ତି।  ଏଣୁ ଏହି ପୂର୍ଣ୍ଣିମାକୁ କୋଜାଗରୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ।

ଚଳିତବର୍ଷ ପୂର୍ଣ୍ଣିମା ତିଥି ଶନିବାର ରାତି ୩ଟା ୪୨ ମିନିଟ୍‌ରୁ ଆରମ୍ଭ ହୋଇଥିବା ବେଳେ ରବିବାର ୯ ଅକ୍ଟୋବର ରାତି ୨ଟା ୨୪ ମିନିଟ୍ ପର୍ଯ୍ୟନ୍ତ ରହିବ। ପଞ୍ଜିକା ଅନୁସାରେ ଚନ୍ଦ୍ରୋଦୟ ସଂଧ୍ୟା ୫ଟା ୫୮ ମିନିଟ୍‌ରେ ହେବ। ଏଣୁ ଲକ୍ଷ୍ମୀ ପୂଜା ସମୟ ରାତ୍ର ୧୨ଟା ୩୭ ମିନିଟରୁ ଆରମ୍ଭ ହେଉଛି। ଶରଦ ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କ ଆରାଧନା ନିମନ୍ତେ ସ୍ନାନ ପୂର୍ବକ ସଫା ପୋଷାକ ପିନ୍ଧି ପୂଜା କରନ୍ତୁ। ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଚିତ୍ରକୁ ସଫା ସୂତୁରା ସ୍ଥାନରେ ସ୍ଥାପିତ କରି ପୂଜା ଆରମ୍ଭ କରନ୍ତୁ।

ଶୁଦ୍ଧ ଘିଅରେ ଦୀପ ଜଳାଇ ଗନ୍ଧ, ଫୁଲ, ଅବିର ଓ ସିନ୍ଦୁର ପ୍ରଦାନ ପୂର୍ବକ ପଞ୍ଚୋପଚାରରେ ମାଁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହା ପରେ ୧୧, ୨୧ ଅଥବା ୫୧ ଦୀପ ଜଳାଇ ଅଲଗା ଅଲଗା ସ୍ଥାନରେ ରଖନ୍ତୁ। ରାତିରେ ନ ଶୋଇ ଘରର ଦ୍ୱାର ଖୋଲା ରଖି ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ତେବେ ମା ଲକ୍ଷ୍ମୀଙ୍କ ଆବାହନ ପାଇଁ ଘରର ସଫା ସୁତରା ଉପରେ ମଧ୍ୟ ଧ୍ୟାନ ରଖନ୍ତୁ। ମନ୍ତ୍ର ଜପ ଲାଗି ସ୍ପଟିକ ମାଳାର ଉପଯୋଗ କରନ୍ତୁ। ସକାଳ ହେବା ପରେ ପୁଣି ସ୍ନାନ  ପୂର୍ବକ ଦେବରାଜ ଇନ୍ଦ୍ରଙ୍କ ପୂଜା କରନ୍ତୁ। ବ୍ରାହ୍ମଣଙ୍କୁ ଖୀରି ଭୋଜନ କରାଇ ବସ୍ତ୍ର ଉପହାର ପ୍ରଦାନ ପୂର୍ବକ ଦକ୍ଷିଣା ଦେଇ ବିଦାୟ କରନ୍ତୁ।

ଲୋକମାନ୍ୟତା ଶରଦ ପୂର୍ଣ୍ଣିମା ରାତ୍ରିରେ ଚନ୍ଦ୍ର ଶୋଳକଳାରେ ସମ୍ପୂର୍ଣ୍ଣ ହୋଇ ରାତି ତମାମ ଅମୃତ ବର୍ଷା କରନ୍ତି। ଏଣୁ ରାତିରେ ଖୀରି କରି ଘରର ଛାତ ଉପରେ ରଖି ସକାଳେ ଖାଇଲେ ଏହା ଅମୃତ ଭଳି ହୋଇଥାଏ। ଏହି ଖୀରି ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ପୌରାଣିକ କଥା ଅନୁସାରେ ଶରଦ ପୂର୍ଣ୍ଣିମା ଏଥିଲାଗି ମଧ୍ୟ ଖାସ ଯେ ଏହି ରାତ୍ରିରେ କୃଷ୍ଣ ଗୋପିମାନଙ୍କ ସହିତ ମହାରାସ ରଚିଥିଲେ। ଏଣୁ ଏହାକୁ ରାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଲକ୍ଷ୍ମୀଙ୍କ କୃପା ସହ ଶରଦ ପୂର୍ଣ୍ଣିମା ସମ୍ପୃକ୍ତ। ଏଣୁ ମାନ୍ୟତା ରହିଛି ରାତି ଉଜାଗର ରହି ମାଙ୍କ ସୁମରଣା କଲେ ଲକ୍ଷ୍ମୀ   କୃପା କରିଥାନ୍ତି।

   Related Posts