ପାଟଣା , ୨୯/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ସେବା କାର୍ଯ୍ୟ ଚାଲୁରହିଛି । ଏହି ଉପଲକ୍ଷେ ବୁଧବାର କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ନମାମି ଗଙ୍ଗା ତରଫରୁ ନଦୀର ସୁରକ୍ଷା ପାଇଁ ନମାମି ଗଙ୍ଗେ କାର୍ଯ୍ୟକ୍ରମର ରାଜ୍ୟ ସଭାପତି ମହେଶ୍ୱର ସାହୁ ସଙ୍କଳ୍ପରେ ବସି ନୀତି କାନ୍ତିରେ ବୈତରଣୀ ନଦୀକୁ ପୂଜା ଅର୍ଚ୍ଚନା କରିଛନ୍ତି । ଯଜ୍ଞ ଓ ବୈତରଣୀରେ ଆଳତୀ ସହ ଦୀପଦାନ କରିଥିଲେ ।
କାର୍ଯ୍ୟକ୍ରମରେ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ଭାଜପା କର୍ମୀଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ପୂର୍ବତନ ସାହାରପଡା ବ୍ଲକ ଅଧକ୍ଷ ଗୌତମ ନାଏକ, ପୂର୍ବତନ ପାଟଣା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପର୍ଥୀ ଥିବା ଭବାନୀ ଶଙ୍କର ନାୟକ, ଭାଜପା ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ଭାଜପା ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରା ଓ ପୂର୍ବତନ ପାଟଣା ମଣ୍ଡଳ ସଭାପତି ପ୍ରହଲ୍ଲାଦ ପଲେଇଙ୍କ ସହ ବହୁ ଆଗ ଧାଡ଼ିର ନେତା ସାମିଲ ହୋଇଥିଲେ ।