oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ବର ଏହି ନିଆରା ମହିଳାମାନଙ୍କ ବିଷୟରେ ଜାଣିଲେ ଉଡିଯିବ ହୋସ, ଦେଖନ୍ତୁ ଫଟୋ

17/09/2019 at 5:06 PM

୧- ଏଲିସନୀ ସିଲ୍ୱା: ୨୦ ବର୍ଷିୟ ଏଲିସନୀ ବିଶ୍ବର ସବୁଠୁ ଲମ୍ବା ଯୁବତୀ। ତାଙ୍କ ଉଚ୍ଚତା ହେଉଛି ୬ ଫୁଟ ୯ ଇଂଚ। ତାଙ୍କ ବଏଫ୍ରେଣ୍ଡଙ୍କ ଉଚ୍ଚତା ହେଉଛି ୫ ଫୁଟ ୪ ଇଂଚ।

୨- ମିସାଓ ଓକାୱା: ଏହି ବୃଦ୍ଧା ମହିଳା ୧୮୯୮ ମସିହାରେ ଜନ୍ମ ହୋଇଥିଲେ। ୨୦୧୫ ମସିହାରେ ମଧ୍ୟ ବଞ୍ଚିଥିଲେ ଏହି ମହିଳା। ସେତେବେଳେ ତାଙ୍କୁ ୧୧୬ ବର୍ଷ ହୋଇଥିଲା। ତାଙ୍କ ବଞ୍ଚିବାର ରାଜ ସେ କହିଥିଲେ। ତାହା ହେଉଛି ଖାଇବା ଓ ଶୋଇବା।

୩- ଅନେତା ଫ୍ଲୋର୍କଜିକ: ବିଶ୍ବର ସବୁଠୁ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନେତା। ପ୍ରଥମେ ସେ ୨୦୦-୨୫୦ କିଲୋ ଓଜନ ଜିମ୍‌ରେ ଉଠାଉଥିଲେ। ଫ୍ରାଇଙ୍ଗ ପାନକୁ ହାତରେ ମୋଡି ଦେଖାଇ ରେକର୍ଡ ବୁକ୍‌ରେ ନିଜ ନାଁ ମଧ୍ୟ ଲେଖାଇଥିଲେ।  

୪- ଆଶା ମଣ୍ଡେଲା: ବିଶ୍ବର ସବୁଠୁ ଲମ୍ବା କେଶ ହେଉଛି ଆଶାଙ୍କର। ତାଙ୍କ କେଶର ଲମ୍ବ ହେଉଛି ୧୯ ଫୁଟ୬ ଇଞ୍ଚ। ତାଙ୍କ କେଶର ଓଜନ ପାଖାପାଖି ୧୮ କିଲୋ।

୫- ମିଶେଲ କୋବକେ: ଜର୍ମାନୀର ଏହି ଆକର୍ଷଣୀୟ ମହିଳା ନିଜ ପତଳା ଅଣ୍ଟା ପାଇଁ ଜଣାଶୁଣା। ୩ ବର୍ଷ ଯାଏଁ ଗୋଟେ କର୍ସେଟ ପିନ୍ଧି ବୁଲିଲେ ଓ ଏବେ ତାଙ୍କ ଅଣ୍ଟା କେବଳ ୧୬ ଇଞ୍ଚ।

୬- ମିକେଲ ଋଫିନେଲ୍ଲୀ: ଏହି ମହିଳାଙ୍କ ଉଚ୍ଚତା ହେଉଛି ୫’୪’ ହେଲେ ଏହି ମହିଳାଙ୍କ ହିପ୍ସ ସବୁଠୁ ଚଉଡା। ତାଙ୍କ ଅଣ୍ଟାର ସାଇଜ ହେଉଛି ୪୦ ଇଞ୍ଚ।ମହିଳା ଜଣକ କୌଣସି କାରରେ ଫିଟ୍‌ ହୁଅନ୍ତି ନାହିଁ।  

୭- ବାଲେରିଆ ଲୁକ୍ୟାନୋବା: ବାର୍ବି ଡଲ ଭଳି ଦେଖାଯାଉଥିବା ଏହି ଯୁବତୀ ପ୍ରକୃତରେ କଣ୍ଢେଇ ଭଳି ଦେଖାଯାଆନ୍ତି।

୮- ଚୈରିଟି ପିୟର୍ସ: ବିଶ୍ବର ସବୁଠୁ ମୋଟା ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚୈରିଟି। ୩୮ ବର୍ଷ ବସୟରେ ତାଙ୍କର ଓଜନ ହେଉଛି ୩୫୦ କିଲୋ। ତାଙ୍କର ଜଣେ ୨୨ ବର୍ଷ ବୟସ୍କ ବଏଫ୍ରେଣ୍ଡ ମଧ୍ୟ ଅଛନ୍ତି।

୯- ଜ୍ୟୋତି ଓମୋଗା: ବିଶ୍ବର ସବୁଠୁ ଛୋଟ ମହିଳା ହେଉଛନ୍ତି ଭାରତର ଜ୍ୟୋତି। ତାଙ୍କ ଉଚ୍ଚତା ମାତ୍ର ୨ ଫୁଟ୍‌।

   Related Posts