ଅସୁନ୍ଦର ବଗିଚା ପାଇଁ ପୁରସ୍କାର ଜିତିଲେ ମହିଳା, ଜାଣନ୍ତୁ କଣ ମିଳିଲା ପୁରସ୍କାରରେ…

Published By : Prameya-News7 Bureau | January 26, 2024 IST

ନୂଆଦିଲ୍ଲୀ, ୨୬।୦୧: ସାଧାରଣତଃ ସୁନ୍ଦର ଜିନିଷ ଦେଖିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିପାଇଁ ଅନେକ ପୁରସ୍କାର ମଧ୍ୟ ମିଳିଥାଏ । କିନ୍ତୁ କେବେ ଶୁଣିଛନ୍ତି ଅପରିସ୍କାର ପାଇଁ ପୁରସ୍କାର ମିଳିବା । ବୋଧ ହୁଏ ବହୁତ କମ୍‌ ଏପରି ଶୁଣିଥିବେ । ଖାସ୍‌ କଥା ହେଉଛି ଜଣେ ମହିଳାଙ୍କୁ ତାଙ୍କର ବଗିଚା ପାଇଁ ମିଳିଛି ଏହି ପୁରସ୍କାର ।

{"id":900864,"width":841,"height":473,"sizeSlug":"full","linkDestination":"none"}

ଏହି ମହିଳା ଜଣକ ହେଉଛନ୍ତି ଅଷ୍ଟ୍ରେଲିଆର କାଥଲିନ୍ ମୁରେ । ସେ ବିଶ୍ୱର ସବୁଠୁ ଅସୁନ୍ଦର ବଗିଚାର ମାଲିକାଣୀ ଭାବେ ପରିଚିତ । ବିଶ୍ୱର ସବୁଠୁ ଅସୁନ୍ଦର ବଗିଚା ପ୍ରତିଯୋଗିତାରେ ଗତବର୍ଷ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପୁରସ୍କାରରେ କାଥଲିନଙ୍କୁ ବାଦାମୀ ରଙ୍ଗର ଏକ ଟି ସାର୍ଟ ମିଳିଛି । ସବୁଠୁ ମଜାଦାର କଥା ହେଉଛି, ଏହି ଟି-ସାର୍ଟରେ ବିଶ୍ୱର ସବୁଠୁ ଅସୁନ୍ଦର ବଗିଚାର ମାଲିକାଣୀ ବୋଲି ଲେଖାଯାଇଛି ।

{"id":900865,"width":838,"height":1047,"sizeSlug":"full","linkDestination":"none"}

ପୁରସ୍କାର ପାଇଥିବା ଏହି ବଗିଚା ଦେଖିବାକୁ ଅବିକଳ ମରୁଡ଼ିଗସ୍ତ ଜମି ଭଳି । ଏହାକୁ ଟାଙ୍ଗରା ଭୂମି କହିଲେ ମଧ୍ୟ କିଛି ଭୁଲ୍ ହେବନି ।  ସାଧାରଣତଃ ବଗିଚାରେ ରଙ୍ଗବେରଙ୍ଗର ଫୁଲଗଛ ସହ ସବୁଜ ପରିବେଶ ଦେଖିବାକୁ ମିଳିଥାଏ । ଏଭଳି କ୍ଷେତ୍ରରେ ମୁରେଙ୍କ ବଗିଚା ସମ୍ପୂର୍ଣ୍ଣ ଓଲଟା । ତାଙ୍କ ବଗିଚାରେ ଶୁଖିଲା ଘାସ, ଝାଉଁଳି ପଡ଼ିଥିବା ଗଛ ସହିତ କିଛି ଜାଗାରେ ମୂଷା ଗାତ ମଧ୍ୟ ଦେଖିବାକୁ ମିଳେ । ଅବଶ୍ୟ ଏହା ପଛରେ ଏକ ରୋଚକୀୟ କାହାଣୀ ରହିଛି ।

{"id":900866,"sizeSlug":"full","linkDestination":"none"}

ବାସ୍ତବରେ ଜଳ ସଙ୍କଟ ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁରେ ଏହି ବଗିଚା ସାହାଯ୍ୟରେ ପ୍ରୟାସ କରିଛନ୍ତି । ମୁରେ ତାଙ୍କ ବଗିଚା ମଝିରେ ଛିଡ଼ା ହୋଇ ଫଟୋ ଉତ୍ତୋଳନ କରିଛନ୍ତି । ଯାହାକି ସାମାଜିକ ଗଣମାଧ୍ୟମରେ ସେୟାର ହେବା ପରେ ସମସ୍ତଙ୍କ ନଜରକୁ ଆସିଛି ।

You Can Read:

wp:embed {"url":"https://www.prameyanews7.com/republic-day-2024-how-many-cannons-that-will-be-used-for-21-gun-salute/","type":"wp-embed","providerNameSlug":"prameya-news-7"}
https://www.prameyanews7.com/republic-day-2024-how-many-cannons-that-will-be-used-for-21-gun-salute/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.