ବୟସ ୨୦, ଉଚ୍ଚତା ମାତ୍ର ୬୫.୨୪ ସେମି, ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ, ୧୫/୧୨: ଦୁନିଆାର ସବୁଠୁ କ୍ଷୁଦ୍ର ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ  ଆଫସିନ୍ ଇସମିଲ୍। ମଙ୍ଗଳବାର ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡ ତରଫରୁ ବିଶ୍ବର ସବୁଠୁ କ୍ଷୁଦ୍ର ଭାବରେ ତାଙ୍କ ନାମ ଘୋଷଣା କରାଯାଇଛି। ୨୦ ବର୍ଷୀୟ ଆଫଶୀନ ଇସମିଲ୍‌ଙ୍କ ଉଚ୍ଚତା ୬୫.୨୪ ସେମି (୨ ଫୁଟ୍ ୧.୬୮ ଇଞ୍ଚ)। ଇରାନ ଆଜରବାଇଜାନର ଏକ ଅପହଞ୍ଚ ଗାଁରେ ଆଫଶୀନଙ୍କ ଜନ୍ମ।

ତାଙ୍କ ପୂର୍ବରୁ ଦୁନିଆର ସବୁଠୁ କ୍ଷୁଦ୍ର ମଣିଷ ଭାବରେ ଏଡଓ୍ବାର୍ଡ ନିନୋ ହର୍ଣ୍ଣାଣ୍ଡିଜ୍ ରହିଥିଲେ। ୧୯୮୬ ମେ ୧୦ ତାରିଖରେ କଲମ୍ବିଆରେ ଜନ୍ମ ଗ୍ରହଣ କରିଥିବା ଏଡଓ୍ବର୍ଡଙ୍କ ଉଚ୍ଚତା ୭୨.୧ ସେମି (୨ ଫୁଟ୍ ୪.୩୮ ଇଞ୍ଚ) ରହିଥିଲା। ତାଙ୍କୁ ୨୦୨୦ ଫେବୃଆରୀ ୨୯ ରେ ଘୋଷଣା କରାଯାଇଥିଲା।

ଆଫଶୀନଙ୍କ ପାଇଁ ଏସବୁ ଏତେ ସହଜ ନଥିଲା। ସେ ତାଙ୍କର ଛୋଟ ଉଚ୍ଚତା ପାଇଁ ସ୍କୁଲ ଯାଇପାରୁନଥିଲେ। ଫଳରେ ତାଙ୍କୁ ପାଠପଢ଼ିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ତାଙ୍କୁ ଫୋନ୍ ବ୍ୟବହାର ଫାଇଦା ମିଳିଥିଲେ ବି ଏହାକୁ ବ୍ୟବହାର କରିବା ଏବଂ ନେବାକୁ ତାଙ୍କୁ ଅସୁବିଧା ହୋଇଥାଏ।  ଫୋନ୍ ତାଙ୍କ ପାଇଁ ଓଜନ ଲାଗିଥାଏ । ଆଫଶୀନଙ୍କୁ ବାହାରକୁ ଯିବାପାଇଁ କାହାର ସହାୟତା ଆବଶ୍ୟକ ହୋଇଥାଏ।  ତେବେ ଆଫଶୀନ ନିଜର ନୂଆ ପରିଚୟକୁ ନେଇ ବେଶ୍ ଖୁସିଥିବାନେଇ କହିଛନ୍ତି।

{"id":721525,"width":266,"height":399,"sizeSlug":"full","linkDestination":"none"}

ସେ ନିଜର ଦୟାବାନ୍ ଚରିତ୍ର ପାଇଁ ଖୁବ୍ ଲୋକପ୍ରିୟ। ତାଙ୍କୁ ତାଙ୍କ ବାପା-ମା’ ଏବଂ ସ୍ଥାନୀୟ ଲୋକେ ମହମ୍ମଦ ବୋଲି ଡାକିଥାନ୍ତି। ଆଫଶୀନଙ୍କ ପରିବାରା ଆର୍ଥିକ ସ୍ଥିତି ଏତେ ସ୍ବଚ୍ଛଳ ନୁହେଁ। ପରିବାରର ଖର୍ଚ୍ଚ, ଚିକିତ୍ସା ଇତ୍ୟାଦି ପାଇଁ ସେମାନଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ।  

ଆଫଶୀନ କହିଛନ୍ତି ଦୁନିଆାର ସବୁଠୁ ଉଚ୍ଚ ମଣିଷର ପାପୁଲିରେ ଫିଟ୍ ହୋଇଯିବି। ଆଫଶୀନଙ୍କୁ ତିନି ବର୍ଷର ଶିଶୁର କପଡ଼ା ଫିଟ୍ ହୋଇଥାଏ। ଅବଶ୍ୟ ଏହାର ଡିଜାଇନ୍ ଭିନ୍ନ ରହିଥାଏ। ଖେଳି ନପାରିଲେ ବି ଆଫଶୀନ ଫୁଟ୍‌ବଲ୍ ଦେଖିବାକୁ ଭଲ ପାଆନ୍ତି। ଏହା ସହ ଆଫଶୀନଙ୍କୁ ଗୀତ ଏବଂ ଡାନ୍ସ ଦେଖିବାକୁ ଭଲ ପାଆନ୍ତି। ତାଙ୍କର ଓଜନ ୧୪.୩ ପାଉଣ୍ତ ଯାହାକି ଏକ ସାଧାରଣ ବିଲେଇ ସହ ସମାନ ।

ଆଫଶୀନ କୁହନ୍ତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ତାଙ୍କୁ ଭଲ ଲାଗେ। ସେ କହିଛନ୍ତି ପରିବାର ଲୋକଙ୍କ ସାହାଯ୍ୟ କରିବାକୁ ତାଙ୍କ ସ୍ବପ୍ନ ରହିଛି। ଏହି ପରିଚୟ ତାଙ୍କୁ ତାଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇପାରେ ବୋଲି ​‌ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.