ବିଶ୍ୱର ସର୍ବ ପୁରାତନ ଟ୍ରାଭେଲ କମ୍ପାନୀ ବନ୍ଦ, ଯଦି କିଣିଛନ୍ତି ‘ଥୋମାସ କୁକ୍’ ଟ୍ରାଭେଲ ଟିକେଟ୍ ଖବର ଆପଣଙ୍କ ଲାଗି ଜରୁରି

Published By : Prameya-News7 Bureau | September 23, 2019 IST

ବିଶ୍ୱର ସବୁଠାରୁ ପୁରୁଣା ଟୁର ଏଣ୍ଡ ଟ୍ରାଭେଲ କମ୍ପନୀ ‘ଥୋମାସ କୁକ୍’ ଦେବାଳିଆ ହୋଇ ହୋଇଯାଇଛି। ବ୍ରିଟିଶ ସରକାର ଓ ଘରୋଇ ନିବେଶକଙ୍କ ଠାରୁ ବେଲଆଉଟ୍ ପ୍ୟାକେଜ୍ ଯୋଗାଡ କରି ନପାରିବାରୁ ଶେଷରେ କମ୍ପାନୀକୁ କାରବାର ବନ୍ଦ କରିବାକୁ ପଡିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ଏଭଳି ଅଚାନକ ନିଷ୍ପତ୍ତି ଯୋଗୁ ସମଗ୍ର ବିଶ୍ୱରେ ପ୍ରାୟ ୬ଲକ୍ଷ ପର୍ଯ୍ୟଟକ ଫସିଯାଇଛନ୍ତି। ଏହି ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରାୟ ଦେଢ ଲକ୍ଷ କେବଳ ବ୍ରିଟିଶ ନାଗରିକ ବୋଲି ଜଣାପଡିଛି।

{"id":161508}

ଏହି ପର୍ଯ୍ୟଟକମାନେ ଥୋମାସ କୁକ୍ ଜରିଆରେ ସେମାନଙ୍କ ଟ୍ରାଭେଲ ବୁକିଂ ସମେତ ହୋଟେଲ ବୁକିଙ୍ଗ ମଧ୍ୟ କରାଇଥିଲେ। ଯଦି ଆପଣବି ଥୋମାସ କୁକ୍ ଦ୍ୱାରା ଆପଣଙ୍କ ଟୁର ଓ ଟ୍ରାଭେଲ ଟିକେଟ୍ କରାଇଛନ୍ତି ତେବେ ଏହି ଖବରକୁ ଧ୍ୟାନ ଦେଇ ପଢନ୍ତୁ।  ଯାହାଦ୍ୱାରା ଆପଣ କରିଥିବା ବୁକିଂ ଅର୍ଥ ଫେରସ୍ତ ଅଥବା ଟୁର ଟ୍ରାଭେଲର ବିକଳ୍ପ ବିଷୟରେ ଜାଣିପାରିବେ।

{"id":161509}

ଥୋମାସ କୁକ୍ ବିଶ୍ୱର ସର୍ବ ପୂରାତନ ଟୁର ଏଣ୍ଡ ଟ୍ରାଭେଲ କମ୍ପାନୀ। ୧୭୮ ବର୍ଷ ପୂର୍ବେ ଏହି କମ୍ପାନୀ ସ୍ଥାପିତ ହୋଇଥିଲା। ସ୍ଥାପନାଠରୁ ଏପର୍ଯ୍ୟନ୍ତ କମ୍ପାନୀ ସେବା ଦେବାରେ କେବେ ଅବହେଳା କରି ନାହିଁ। ହେଲେ ଦେବାଳିଆ ହୋଇଯିବା ଯୋଗୁ କର୍ତ୍ତୃପକ୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଥୋମାସ କୁକ୍ ବନ୍ଦ ହୋଇଯିବା ଯୋଗୁ ଭାରତୀୟ ପର୍ଯ୍ୟଟକ ହତାସ ହେବାର କିଛି କାରଣ ନାହିଁ। ଥୋମାସ୍ କୁକ୍ ଇଣ୍ଡିଆ ଟ୍ୱିଟ୍ ମାଧ୍ୟମରେ ଏହା ସୂଚିତ କରିଛନ୍ତି।

{"id":161510}

କାରଣ ଥୋମାସ କୁକ୍ ଇଣ୍ଡିଆର ମାଲିକାନା କାନାଡର ଫାୟରଫେକ୍ସ ଫାଇନାନସିଆଲ ହୋଲ୍ଡିଂ ନିକଟରେ ରହିଛି। ୨୦୧୨ ମସିହାରେ ଏହି କମ୍ପାନୀର କମାଲିକାନା ବିକ୍ରି ହୋଇଯାଇଥିଲା। ଏଣୁ ଭାରତରେ ପର୍ଯ୍ୟଟକ ଥୋମାସ କୁକ୍ ଇଣ୍ଡିଆ ଦ୍ୱାରା ସେମାନଙ୍କର ଟିକେଟ୍ ବୁକିଙ୍ଗ ସମେତ ପୂର୍ବଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିପାରିବେ। ତେବେ ଥୋମାସ କୁକ୍ ପିଏଲସି ଦ୍ୱାରା ନିଜର ଟୁର ଏଣ୍ଡ ଟ୍ରାଭେଲ ପ୍ଲାନିଂ କରିଥିବା ପର୍ଯ୍ୟଟକ ବୁକିଙ୍ଗ ଅର୍ଥ ଫେରସ୍ତ ଲାଗି ସହାୟତା ଲାଗି ସହାୟତା ନମ୍ବର +44 1753 330 330ରେ ଫୋନ କରିପାରିବେ। ଏହା ଛଡା ନାଗରିକ ବିମାନ ପ୍ରାଧିକରଣ ସିଏଏ ମଧ୍ୟ ଗ୍ରାହକଙ୍କ ଲାଗି ଏକ ୱେବ୍ ସାଇଟ୍ ଚଳାଇଛନ୍ତି thomascook.caa.co.uk ରେ  ମଧ୍ୟ ଆପଣ ଟୁର ଲାଗି ବିକଳ୍ପ ପାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.