ନୂଆଦିଲ୍ଲୀ: ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଜନ୍ ଟିନିସଉଡ୍ଙ୍କ ପରିଲୋକ ଘଟିଛି । ୧୧୨ ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୧୨ ଅଗଷ୍ଟ ୨୬ରେ ବ୍ରିଟେନର ଲିଭରପୁଲରେ ତାଙ୍କର ଜନ୍ମ ହୋଇଥିଲା । ଗିନିଜ୍ ୱାର୍ଲଡ ରେକର୍ଡ ଏହି ଘୋଷଣା କରିଛି ।
ଟିନିସଉଡ୍ ସାରା ଜୀବନ ଲିଭରପୁଲ୍ ଫୁଟବଲ୍ କ୍ଲବ୍ର ସମର୍ଥକ ଥିଲେ । ସାଉଥ୍ ପୋର୍ଟ ସ୍ଥିତ ଏକ ବୃଦ୍ଧାଶ୍ରମରେ ତାଙ୍କ ନିଧନ ହୋଇଛି । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଟିନିସଉଡ୍ ନିଜର ଅନ୍ତିମ ଦିନରେ ସଙ୍ଗୀତରେ ବୁଡ଼ି ରହୁଥିଲେ ।
ଚଳିତ ବର୍ଷ ୧୧୪ ବର୍ଷୀୟ ଜୁୟାନ ଭିସେଣ୍ଟ ପେରେଜଙ୍କ ନିଧନ ପରେ, ଟିନିସଉଡ୍ଙ୍କୁ ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଘୋଷଣା କରାଯାଇଥିଲା । ଜନ୍ ନିଜ ଜୀବନରେ କେବେ ବି ବିଶେଷ ଆହାର ପାଳନ କରିନଥିବା ପୂର୍ବରୁ ଅନେକ ବୟାନରେ କହିସାରିଛନ୍ତି । ତେବେ ସପ୍ତାହରେ ଥରେ ମାଛ ଏବଂ ଚିପ୍ସ ଖାଇବା ପସନ୍ଦ କରୁଥିବା କହିଥିଲେ । ଜନ୍ ଦୁଇ ବିଶ୍ୱଯୁଦ୍ଧ, ଦୁଇ ମହାମାୟୀ ସହ ବିଶ୍ୱର ଅନେକ ଘଟଣାକ୍ରମକୁ ଅନୁଭବ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସେ ପ୍ରଶାସନିକ ଅଧିକାରୀ ଭୂମିକାରେ ଥିଲେ ।