ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ଆପଲ୍, ପଛରେ ପଡିଗଲା ସାଉଦି ଆରମକୋ

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ, ୦୨|୦୮:  ଆପଲ୍ ବିଶ୍ୱର ସବୁଠାରୁ ବଡ ତୈଳ କମ୍ପାନୀ ସାଉଦି ଆରମକୋକୁ ପଛରେ ପକାଇ ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇଯାଇଛି । କମ୍ପାନୀର ମାର୍କେଟ ଭାଲ୍ୟୁଏସନ୍ ୧.୮୪ ଟ୍ରିଲିୟନ ଡଲାରରେ ପହଁଚି ଯାଇଛି । ଏହି ମାଇଲଷ୍ଟୋନ୍ ହାସଲ କରିବା ପରେ କମ୍ପାନୀ ସେୟାର ମାର୍କେଟରେ ଶୁକ୍ରବାର ଭଲ କାରବାର କରିଛି । କମ୍ପାନୀର ସେୟାର ଭାଲ୍ୟୁ ୧୦.୪୭ ପ୍ରତିଶତ ବୃଦ୍ଧି ପାଇଛି ।

ସିଏନବିସିର ରିପୋର୍ଟ ଅନୁସାରେ, ସାଉଦି ଆରମକୋ ଗତ ବର୍ଷ ବଜାରରେ ପ୍ରବେଶ କରିବା ପରେ ସବୁଠାରୁ ମୂଲ୍ୟବାନ କମ୍ପାନୀ ରହିଥିଲା । ତେବେ ଏହାକୁ ଆପଲ୍ ପଛକୁ ହଟାଇଦେଇଛି ।

ଆପଲ୍ ଗୁରୁବାରଠାରୁ ସେୟାର ମାର୍କେଟରେ ଭଲ କାରବାର କରୁଥିଲା । ନିବେଶକମାନେ କମ୍ପାନୀର ୧୧ ପ୍ରତିଶତ ଅଭିବୃଦ୍ଧି ପରେ ଆକର୍ଷିତ ହୋଇଥିଲେ । ଏହାସହ କମ୍ପାନୀ ୪ ଫର୍ ୧ ସ୍ପାଲିଟ୍ ବାବଦରେ ମଧ୍ୟ ଘୋଷଣା କରିଥିଲା  ଏହାସହ କମ୍ପାନୀ କରୋନା କ୍ଷତିକୁ ମଧ୍ୟ ଭରଣ କରିପାରିଛି ।

ସିଏନବିସିର ରିପୋର୍ଟ ଅନୁସାରେ, ଆପଲର ସେୟାରରେ ୪୪ ପ୍ରତିଶତର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ଭାଇରସ ସତ୍ତ୍ୱେ ଆପଲର କାରବାର ପ୍ରାୟ ସମସ୍ତ ଅଞ୍ଚଳରେ ଭଲ ହୋଇଥିଲା । ଏପରିକି କମ୍ପାନୀ ଆମେରିକାରେ କେତେକ ରିଟେଲ ଷ୍ଟୋରକୁ ବନ୍ଦ ରଖିଥିଲା । କମ୍ପାନୀକୁ ଓ୍ୱାର୍କ ଫ୍ରମ୍ ଓ ଅନଲାଇନ୍ ସେଲ୍ସରେ ଅଧିକ ଲାଭ ମିଳିଥିଲା ।କମ୍ପାନୀର ସିଇଓ ଟିମ୍ କୁକ୍ କହିଛନ୍ତି ଯେ, ଏହି ସମୟରେ ଏପରି ଖବର ଆଶ୍ୱସ୍ଥ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.