ଏହି ୮ଜଣ ହେଲେ ପୃଥିବୀର ସବୁଠୁ ବୁଦ୍ଧିମାନ ବ୍ୟକ୍ତି…
26/05/2019 at 12:37 PM

ୱିଲିଅମ୍ ସେକ୍ସଫିଅର – ୧୫୬୪ ମସିହା ଏପ୍ରିଲ ମାସ ୪ ତାରିଖରେ ୱିଲିଅମ୍ ସେକ୍ସଫିଅରଙ୍କ ଜନ୍ମ ହୋଇଥିଲା। ସବୁଠୁ ବୁଦ୍ଧିମାନ ତାଲିକାରେ ୱିଲିଅମ ଅଷ୍ଟମ ସ୍ଥାନରେ ଅଛନ୍ତି। ସେ ବିଶ୍ବର ଶ୍ରେଷ୍ଠ ଇଂରାଜୀ ଲେଖକ, କବି ତଥା ନାଟ୍ୟ କଳାକାର ଥିଲେ। ସାଧାରଣତଃ ଲୋକେ ତାଙ୍କୁ “ବାର୍ଡ ଅଫ ଏଭନ” କୁହନ୍ତି। ଆଜି ମଧ୍ୟ ତାଙ୍କ କବିତା ଲୋକଙ୍କ ମଧ୍ୟରେ ବହୁତ ଫେମସ୍। ୧୬୧୬ ମସିହା ଏପ୍ରିଲ ମାସ ୨୩ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା।

ସିକନ୍ଦର ମହାନ – ସିକନ୍ଦର “ ଆଲେକ୍ସଜେଣ୍ଡର ଦ ଗ୍ରେଟ୍ ” ନାଁରେ ମଧ୍ୟ ପରିଚିତ। ସେ ଜଣେ ବଡ ରାଜା ଥିଲେ। ଅନେକ ଯୁଦ୍ଧରେ ବିଜୟୀ ହୋଇଥିବାରୁ ତାଙ୍କୁ ମହାନ କୁହାଯାଏ। ଇତିହାସରେ ଜଣେ କୁଶଳ ଓ ଦକ୍ଷ ସେନାପତୀଙ୍କ ମଧ୍ୟରୁ ଜଣେ ଥିଲେ ସିକନ୍ଦର। ସବୁଠୁ ବୁଦ୍ଧିମାନ ତାଲିକାରେ ରାଜା ସପ୍ତମ ସ୍ଥାନରେ ଅଛନ୍ତି।

ଏଡୋଲ୍ଫ ହିଟଲର – ୧୮୮୯ ମସିହା ଏପ୍ରିଲ ମାସ ୨୦ ତାରିଖରେ ଏଡୋଲ୍ଫ ହିଟଲରଙ୍କ ଜନ୍ମ ହୋଇଥିଲା। ଜର୍ମାନୀ ନାଜି ପାର୍ଟିର ନେତା ଥିଲେ ଏଡୋଲ୍ଫ। ସେ ବହୁତ ଶକ୍ତିଶାଳୀ ଓ ଭୟଙ୍କର ଥିଲେ। ତାଙ୍କ ଶାସନରେ ଅନେକ ଲୋକ ତାଙ୍କୁ ଡରୁଥିଲେ। ୧୯୪୫ ମସିହା ଏପ୍ରିଲ ମାସ ୩୦ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ସବୁଠୁ ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରୁ ସେ ଶଷ୍ଠ ସ୍ଥାନରେ ଅଛନ୍ତି।

ଆଇଜାକ୍ ନ୍ୟୁଟନ୍ – ୧୬୪୩ ମସିହା ଜାନୁଆରୀ ମାସ ୧୩ ତାରିଖରେ ନ୍ୟୁଟନଙ୍କ ଜନ୍ମ ହୋଇଥିଲା।ନ୍ୟୁଟନ ବିଶ୍ବର ସବୁଠୁ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ପରିଚିତ। ଲ ଅଫ ମୋଶନ କହିଲେ ଲୋକେ ନ୍ୟୁଟନଙ୍କୁ ବୁଝନ୍ତି। ନ୍ୟୁଟନ ଗଣିତଜ୍ଞ, ଶାରିରୀକ ବିଜ୍ଞାନୀ, ଜୋର୍ତିବିଜ୍ଞାନୀ, ଲେଖକ, ଧର୍ମତତ୍ତ୍ବବିଦ୍ ମଧ୍ୟ ଥିଲେ। ଏଥିପାଇଁ ନ୍ୟୁଟନଙ୍କୁ ଅଲରାଉଣ୍ଡର କୁହାଯାଏ । ବୁଦ୍ଧିମାନ ବ୍ୟକ୍ତିଙ୍କ ତାଲିକାରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି। ୧୭୨୭ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ନ୍ୟୁଟନଙ୍କ ମୃତ୍ୟୁ ହୋଇଥିଲା।

ଗାଲିଲିଓ ଗେଲିଲୀ – ୧୫୬୪ ମସିହା ଫେବୃଆରୀ ମାସ ୧୫ ତାରିଖରେ ଗାଲିଲିଓଙ୍କ ଜନ୍ମ ହୋଇଥିଲା। ଗାଲିଲିଓ ଅନେକ ଜିନିଷ ଆବିଷ୍କାର କରିଥିଲେ। ଏଥିପାଇଁ ତାଙ୍କୁ “ଫାଦର ଅଫ ମର୍ଡନ ସାଇନ୍ସ” କୁହାଯାଏ।୧୬୪୨ ମସିହା ଜାନୁଆରୀ ମାସ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଲିଲିଓ ବୁଦ୍ଧିମାନ ବ୍ୟକ୍ତିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ।

ଥମାସ ଏଡିସନ – ୧୮୪୭ ମସିହା ଫେବୃଆରୀ ମାସ ୧୧ ତାରିଖରେ ତାଙ୍କ ଜନ୍ମ ହୋଇଥିଲା। ଜଣେ ବ୍ୟବସାୟୀ ହେବା ସହ ଥମାସ ବୈଜ୍ଞାନିକ ଥିଲେ। ଅନେକ ଇଲେକ୍ଟ୍ରିକାଲ ଜିନିଷର ଆବିଷ୍କାର କରିଥିଲେ ଏହି ଶ୍ରେଷ୍ଠ ବୈଜ୍ଞାନିକ। ୧୯୩୧ ମସିହା ଅକ୍ଟବର ମାସ ୧୮ ତାରିଖରେ ଥମାସଙ୍କ ମୃତ୍ୟୁ ହୋଇଥିଲା । ବୁଦ୍ଧିମାନ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଥମାସ।

ଆଲବର୍ଟ ଆଇନ୍ଷ୍ଟାଇନ୍ – ୧୮୭୯ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ଆଇନ୍ଷ୍ଟାଇନ୍ଙ୍କ ଜନ୍ମ ହୋଇଥିଲା। “ଫିଲସଫି ଅଫ ସାଇନ୍ସ”ର ମାଷ୍ଟର ଭାବେ ମଧ୍ୟ ଆଲବର୍ଟ ପରିଚିତ। ଲ ଅଫ ଫଟୋଇଲେକ୍ଟ୍ରିକ୍ ଇଫେକ୍ଟର ଆବିଷ୍କାର କରିଥିଲେ ଏହି ବୈଜ୍ଞାନିକ । ବୁଦ୍ଧିମାନ ବ୍ୟକ୍ତିଙ୍କ ତାଲିକାରେ ଆଲବର୍ଟ ଦ୍ବିତୀୟ ସ୍ଥାନରେ ଅଛନ୍ତି ।

ଡାକ୍ତର ଭିମରାଓ ଆମ୍ବେଦକର – ଭାରତର ସମ୍ବିଧାନ ଡାକ୍ତର ଭିମରାଓ ଆମ୍ବେଦକର ଲେଖିଥିଲେ। ୧୮୯୧ ମସିହା ଏପ୍ରିଲ ମାସ ୧୪ ତାରିଖରେ ଆମ୍ବେଦକରଙ୍କର ଜନ୍ମ ହୋଇଥିଲା। ସେ ନିଜ ଶିକ୍ଷକ ମହାଦେବ ଆମ୍ବେଦକରଙ୍କୁ ନିଜ ଜୀବନର ପ୍ରେରଣା ବୋଲି କୁହନ୍ତି। ସେ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ, ସାମାଜିକ ସଂସ୍କାରକ ଥିଲେ। ୧୯୫୬ ମସିହା ଡିସେମ୍ବର ମାସ ୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ବିଶ୍ବର ସବୁଠୁ ଶ୍ରେଷ୍ଠ ଓ ବୁଦ୍ଧିମାନ ବ୍ୟକ୍ତି ଥିଲେ ଡାକ୍ତର ଭିମରାଓ ଆମ୍ବେଦକର।